କନକ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ବିକାଶର ବିକଳ ଚିତ୍ର । ରାସ୍ତା ନଥିବାରୁ ଗାଁକୁ ପଶିପାରିଲାନି ଆମ୍ବୁଲାନ୍ସ । ରୋଗୀଙ୍କୁ ବାଉଁଶ ଓ ଲୁଗା ଜରିଆରେ ବୋହିନେଲେ ସ୍ୱେଛାସେବୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧୀନସ୍ଥ ଖାଲିନା ପଞ୍ଚାୟତରୁ ଆସିଛି ଏଭଳି ଦୃଶ୍ୟ ।

Advertisment

କାଦୁଅ ପାଣି ମାଟି, ବିଲ ମଝିରେ ରୋଗୀଙ୍କୁ କିପରି ବୁହା ହୋଇ ନିଆହେଲା । ଖଲିନା ଗାଁର ନିତ୍ୟାନନ୍ଦ ରାଉଳ ପଡ଼ିଯାଇ ଆହତ ହୋଇଥିଲେ । ନିଚେ ଚାଲିପାରୁ ନଥିଲେ । ଏଥିପାଇଁ ଆମ୍ବୁଲାନ୍ସକୁ ମଧ୍ୟ କଲ୍ କରାଯାଇଥିଲା । ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ବି ପହଂଚି ପାରିଲାନି । ଶେଷରେ କିଛି ସ୍ଥାନୀୟ ସ୍ୱେଛାସେବୀ ଯୁବକ ଅଂଟା ଭିଡ଼ିଲେ, ଆଉ ନିତ୍ୟାନନ୍ଦଙ୍କୁ ବାଉଁଶ ଓ ଲୁଗା ଜରିଆରିରେ ବୋହିନେଲେ । ପରେ ତାଙ୍କୁ ଅଟୋରେ ବସାଇ ହସ୍ପିଟାଲ ନେଲେ ।