ମଣିଷ ବିଛାଇଥିବା ଜାଲରେ ଫସିଲା ମଣିଷ ! ଗୁରତର ଆହତ ହେଲେ ଜଣେ ନିରିହ ଚାଷୀ 

116

କନକ ବ୍ୟୁରୋ : ବନ୍ୟଜନ୍ତୁଙ୍କ ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହେଲେ ଚାଷୀ । ଗଂଜାମ ବୁଗୁଡ଼ା ରେଞ୍ଜ କାଦପଡ଼ା ଗାଁର ସୁରେନ୍ଦ୍ର ସେଠୀ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତି ରାତିରେ ପଂସଲ ଯଗିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରାଯାଇଛି । ଫସଲ ବଂଚାଇବାକୁ ପାଇଁ ଚାଷୀ ବିଲରେ ବିଦ୍ୟୁତ୍ ସଂଯୋଗ କରିଥିବା ବେଳେ ଏଭଳି ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି ।

ବିଦ୍ୟୁତ୍ ତାର ସଂସ୍ପର୍ଶ ଆସି ସୁରେନ୍ଦ୍ର ଛଟ ପଟ ହେଉଥିଲେ । ସାଙ୍ଗରେ ଥିବା ଅନ୍ୟଦୁଇଜଣ ଗାଁରେ ଆସି ଗାଁରେ କହିବା ପରେ ଘର ଲୋକ ଯାଇ ବିଦ୍ୟୁତ୍ ତାର ବାହାର କରି ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ । ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ ନଲାଗିବାରୁ ତାଙ୍କୁ ଏକ ଡ଼ାଲା ଅଟୋରେ ମେଡ଼ିକାଲ ନେଇଥିଲେ ପରିବାର ଲୋକ । ଭଂଜନଗର ପୋଲିସ ମେଡ଼ିକାଲରେ ପହଂଚି ଚିକିତ୍ସାର ଅନୁଧାନ କରିଛନ୍ତି । ବନ ବିଭାଗର କର୍ମଚାରୀ ମାନେ ରାତ୍ର ଜଗୁଆଳ କାମ ଠିକ୍ ଭାବେ ନ କରିବାରୁ ସେ ଅଚଂଳରେ କାଠ ଚୋରି ସହ ବନ୍ୟ ଜନ୍ତୁ ଶିକାର ବେଧଡ଼କ ଭାବେ ଚାଲୁଥିବା ଘଟଣା ଅନେକ ଥର ଅଭିଯୋଗ ହୋଇଛି । ବିଦ୍ୟୁତ ତାର ବିଛା ଯାଉଥିବାରୁ ବହୁ ଲୋକ ଗୁରୁତର ଆହତ ହେଉଛନ୍ତି । ତେଣୁ ବନ ବିଭାଗ ତୁରନ୍ତ ଏହି ଘଟଣା ଉପରେ ନଜର ଦେବାକୁ ଗ୍ରାମାବାସୀ ମାନେ ଅନୁରୋଧ କରିଛନ୍ତି ।