ମହାନ ଗାୟକ ମହମ୍ମଦ ରଫିଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ମହମ୍ମଦ ରଫିଙ୍କ ଉପରେ ଏକ ଡକ୍ୟୁମେଂଟରି ଫିଲ୍ମ ପ୍ରଦର୍ଶନ ହେବାକୁ ଯାଉଛି । ଯାହାର ନାଁ ଦିଆଯାଇଛିି ‘ଦାସ୍ତାନେ ରଫି’ । ଯାହା ରଫିଙ୍କର ୯୨ ତମ ଜନ୍ମ ବାର୍ଷିକିରେ ଟିଭି ପରଦାକୁ ଆସିବ ।
ଏହି ଡକ୍ୟୁମେଂଟରି ଫିଲ୍ମଟି ୨୪ ଡିସେମ୍ବରରେ ଜି ଟିଭି ରେ ଟେଲିକାଷ୍ଟ ହେବ । ଯେଉଁଥିରେ ରଫି ସାହେବଙ୍କ ଜୀବନର ସମସ୍ତ ସଫଳତା ଓ ବିଫଳତାର ପ୍ରତିଛବି ଚିତ୍ରାଙ୍କନ ହୋଇଛି । ଖାଲି ଏତିକି ନୁହେଁ ରଫି ସାହେବଙ୍କ ସାଙ୍ଗରେ କାମ କରିସାରିଥିବା ଅନ୍ୟ କେତେକ ଚର୍ଚ୍ଚିତ କଳାକାର ମାନେ ମଧ୍ୟ ତାଙ୍କର ନିଜ ନିଜ ଅନୁଭବକୁ ସେୟାର କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/7-4.jpg)