କନକ ବ୍ୟୁରୋ: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ । ଗଣେଷ ପୂଜା ପାଇଁ ଚଳଚଞ୍ଚଳ ମୂର୍ତି କାରିଗର ପରିବାର । କାରିଗରଙ୍କ ରଙ୍ଗ ତୂଳିରେ ଜୀବନ୍ତ ହୋଇଉଠିଛି ମାଟିର ମୂର୍ତ୍ତି । ଆସନ୍ତା ୧୯ ତାରିଖରେ ଗଣେଷ ପୂଜା । ଏହାକୁ ନଜରରେ ରଖି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିଛନ୍ତି କଟକ ମାହାଳପଡ଼ା ଗାଁର ୩୫ରୁ ଉର୍ଦ୍ଧ ମୂର୍ତ୍ତି କାରିଗର ।

Advertisment

ଦୋଳ ପୂର୍ଣ୍ଣିମା ଠାରୁ ମାଟି ଚକଟା ଆରମ୍ଭ ହୋଇ ମୂର୍ତ୍ତି ଗଢା ହୁଏ । ଖୁଦୁରୁକୁଣୀ, ବିଶ୍ୱକର୍ମା, ଗଣେଷଙ୍କ ଭଳିକି ଭଳି ମୂର୍ତ୍ତି ତିଆରି କରାଯାଏ । ଏବେ ଖୁଦୁରୁକୁଣୀ ଓ ଗଣେଷ ମୂର୍ତ୍ତର୍ି ତିଆରି କାମ ପ୍ରାୟ ସରି ସରି ଆସିଲାଣି । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଅନୁଗୁଳ, ଢେଙ୍କାନାଳକୁ ଯାଇଥାଏ ମାହାଳପଡ଼ା କାରିଗର ହାତ ତିଆରି ମୂର୍ତି । ଗାଁର ଘରେ ଘରେ କୁଟୀର ଶିଳ୍ପ ବଞ୍ଚିଛି । ପିଢି ପରେ ପିଢି ମୂର୍ତୀ ପ୍ରସ୍ତୁତ କରି ବେସ ଖୁସିଥିବା କହିଛନ୍ତି କାରିଗର ଓ ତାଙ୍କ ପରିବାର । ଚଳିତବର୍ଷ ଭଲ ବ୍ୟବସାୟ ଆଶା ରଖିଛନ୍ତି ମାହାଳପଡ଼ାର କାରିଗର । ତେବେ ହିନ୍ଦୁ ଧର୍ମରେ ମୃଣ୍ମୟୀ ମୂର୍ତୀ ପୂଜା କରିବାର ନୀତି ନିଆରା । ବିଭିନ୍ନ ପର୍ବ ପର୍ବାଣୀରେ ଦେବା ଦେବୀଙ୍କ ମୃଣ୍ମୟୀ ମୂର୍ତୀକୁ ପୂଜା କରାଯାଏ ।