ଏମିତି ଆସେ ମୃତ୍ୟୁ: ବାଲିପଟଣା ଭୋଇସାହିରେ ଶୋଇବା ଶେଜରେ ଦମ୍ପତିଙ୍କୁ କାମୁଡି ଦେଲା ସାପ

670

କନକ ବ୍ୟୁରୋ: ଜମଦୂତ ସାଜିଲା ସାପ । ଶୋଇବା ଶେଯରେ କାମୁଡ଼ି ଦେଲା ବିଷଧର ସାପ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସାପ କାମୁ ଦେଇଛି । ତେବେ ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବୋଧଖଣ୍ଡି ଭୋଇସାହିର ଘଟି ଯାଇଥି ଏଭଳି ଏକ ଦୁଃଖଦ ଘଟଣା । ଭୋଇ ସାହିର ଚିତ୍ରସେନ ଭୋଇ ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ରାତିରେ ଶୋଇଥିଲେ । ଶୋଇବା ବେଳେ ଉଭୟଙ୍କୁ ଏହି ସାପଟି କାମୁଡି ଦେଇଛି । ସାପଟି ପ୍ରଥମେ ଚିତ୍ରସେନଙ୍କୁ କାମୁଡି ଥିଲା ।

ଏହାପରେ ପ୍ରତିମାଙ୍କୁ କାମୁଡି ଥିଲା । କଣ କାମୁଡି ଦେଲା ବୋଲି କହି ଉଭୟ ଉଠି ଘରର ଲାଇଟ୍ ଲଗାଇ ଖୋଜାଖୋଜି କରିଥିଲେ । ସେତେବେଳେ ସାପଟି ସେହି ଘରେ ରହିଥିଲା । ଘରେ ସାପକୁ ଦେଖି ଉଭୟ ଡରି ଯାଇଥିଲେ । ସଂପର୍କୀୟ ଲୋକଙ୍କୁ ଡାକିଥିଲେ । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଲୋକମାନେ ସାପଟିକୁ ଧରି ଗାଁରେ ରଖିଛନ୍ତି । ଏଭଳି ଦୁଃଖଦ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।