ନ୍ୟାୟ ପାଇଁ ପୁଲିସର ପାଦ ଧରିଲେ ଅଭିଯୋଗକାରୀ, ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ।

279

କନକ ବ୍ୟୁରୋ: ନ୍ୟାୟ ପାଇଁ ପୁଲିସର ପାଦ ଧରିଲେ ଅଭିଯୋଗକାରୀ । ପୁଲିସ ଠାରୁ ନ୍ୟାୟ ଆଶା କରି ନିରାଶ ହେବା ପରେ ଶେଷରେ ଏଭଳି କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ନ୍ୟାୟ ନପାଇ ଶେଷରେ ଗୋଡ ଧରିବାକୁ ପଛାଇ ନାହାନ୍ତି ଅଭିଯୋଗକାରୀ । ଏପରିକି ଜଣେ ଅଭିଯୋଗକାରୀ ଦେହରେ ପେଟ୍ରୋଲ ଢ଼ାଳି ଥାନା ଭିତରେ ଆତ୍ମାହୁତୀ ହେବାକୁ ଉଦ୍ୟମ କରିଛନ୍ତି । ମଙ୍ଗଳପୁର ପୁଲିସ ନାଁରେ ଆସିଛି ସାଘାଂତିକ ଅଭିଯୋଗ ।

ଅଭିଯୋଗକାରୀଙ୍କୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଚଷାଖଣ୍ଡ ସରପଂଚଙ୍କ ପରିବାର ସଦସ୍ୟ କିଛି ଲୋକଙ୍କୁ ମାଡ ମାରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ପୂର୍ବରୁ ବାରମ୍ବାର ସରପଂଚଙ୍କ ପରିବାର ସଦସ୍ୟଙ୍କ ଆକ୍ରମଣରେ ସ୍ଥାନୀୟ ଲୋକ ଆହତ ହୋଇଥିଲେ ମଧ୍ୟ ନ୍ୟାୟ ପାଉନଥିଲେ । ପୁଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଦାବି କରି କିଛି ଅଭିଯୋଗକାରୀ ଥାନା ପରିସରରେ ପୁଲିସ ଅଧିକାରୀଙ୍କ ଗୋଡ ଧରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବାକୁ ନ୍ୟାୟ ଭିକ୍ଷା କରିଥିଲେ ।