ଭାରତ ପାଇଁ ଚିନ୍ତାର କାରଣ ପାଲଟିବେ ବୟସ୍କ । ଆଗକୁ ସଂଖ୍ୟା ବୃଦ୍ଧି ଓ ହାରାହାରି ବୟସରେ ହେବ ବୃଦ୍ଧି

152

କନକ ବ୍ୟୁରୋ: ଦେଶରେ ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ । କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି । କାରଣ ବର୍ତ୍ତମାନ ୬୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଲକ୍ଷ୍ୟ କରାଯାଉଛି । ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହା ବଡ଼ ସମସ୍ୟା ହୋଇପାରେ । ପ୍ରାୟ ୨୫ରୁ ୨୭ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୦୦ ନିୟୁତକୁ ଟପିଯାଇପାରେ ।

ଏକ ହିସାବ ଅନୁସାରେ ୧୯୫୦ରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ୫ ପ୍ରତିଶତ ଥିଲା । ୨୦୫୦ ବେଳକୁ ୧୯ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା ରହିଛି । ଅର୍ଥାତ ୨୦୫୦ ବେଳକୁ ପ୍ରତି ୫ ଜଣରେ ଜଣେ ୬୦ରୁ ୭୦ ବର୍ଷର ବ୍ୟକ୍ତି ହୋଇଥିବେ । ଆଉ ଏହି ବୟସ୍କ ନାଗରିକଙ୍କ ସଂଖ୍ୟାବୃଦ୍ଧି ଆଗକୁ ଚ୍ୟାଲେଞ୍ଜ୍ ହୋଇପାରେ ।

ବୟସ୍କ ନାଗରିକଙ୍କ ସଂଖ୍ୟାବୃ୍ଦ୍ଧି ବିକଶିତ ଦେଶଗୁଡିକ ପାଇଁ ଏକ ଆହ୍ୱାନ । ଭାରତରେ ହାରାହାରି ବୟସରେ ବୃଦ୍ଧି ଘଟୁଛି । ଅଣଲାଭକାରୀ ସଂସ୍ଥା ହେଲପ ଏଜ ଇଣ୍ଡିଆର ତଥ୍ୟ ଅନୁସାରେ…
-ଫ୍ରାନ୍ସ ପରି ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଦୁଇ ଗୁଣ ହେବା ପାଇଁ ୧୦୦ ବର୍ଷ ଲାଗିଥିଲା
-ଭାରତରେ ଏଥିପାଇଁ ମାତ୍ର ୨୦ ବର୍ଷ ଦରକାର
-ଆଗକୁ ବୟସ୍କଙ୍କ ସଂଖ୍ୟା ବଢିଲେ ସମସ୍ୟା ଅଧିକ ହେବ
-ବୟସ୍କ ନାଗରିକଙ୍କୁ ସ୍ୱାସ୍ଥ୍ୟ ଓ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ହେବ
– ଚିକିତ୍ସା ବିଜ୍ଞାନର ଉନ୍ନତି ଫଳରେ ଲୋକମାନେ ଅଧିକ ଦିନ ବଂଚୁଛନ୍ତି ଓ ମୃତ୍ୟୁହାର କମୁଛି

ବିଶେଷଜ୍ଞଙ୍କ ମତରେ, ବରିଷ୍ଠ ନାଗରିକଙ୍କୁ ବିଭିନ୍ନ କାମରେ ନିୟୋଜିତ କରାଯାଇପାରିବ । ତାହା ହେଲେ ସେମାନେ ଦେଶର ପ୍ରଗତି ଦିଗରେ କାମ କରିପାରିବେ ।