କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲା ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଏଭଳି ଆଉ ଏକ ମାମଲା ସାମ୍ନାକୁ ଆସିଥିଲା । ଏସକଟ୍ ସର୍ଭିସ୍ ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟ ହେଉଥିଲା । ଯୁବତୀ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଏହି ଠକ ଗ୍ୟାଂଗରେ ଯୁବତୀ ସାମିଲ ଥିବା ଅଭିଯୋଗ ହୋଇଥିଲା । ଆଉ ଏହି ମାମଲାରେ ସୁଶାନ୍ତ ପାତ୍ର ମାଷ୍ଟରମାଇଣ୍ଡ ଥିବା ପୋଲିସ୍ କହିଥିଲା । ଯୁବତୀ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଏହି ଠକ ଗ୍ୟାଂଗରେ ସାମିଲ ଥିଲେ ଯୁବତୀ । ଗୁଗୁଲରେ ବିଜ୍ଞାପନ ଦେଇ ଲୋକମାନଙ୍କୁ ହୋଟେଲକୁ ଡାକୁଥିଲେ । ଆଉ କଥାବାର୍ତା ଆଳରେ ଅତି ଚତୁରତାର ସହିତ ଟଙ୍କା ଠକି ନେବା ପରେ ପ୍ରି-ଆକ୍ଟିଭେଟେଡ ସିମକୁ ଫୋପାଡି ଦେଉଥିଲେ ଓ ଫେରାର ହୋଇଯାଉଥିଲେ ।
ଅଭିଯୋଗ ହେବା ପରେ ତଦନ୍ତ କରିଥିଲା ସାଇବର ଥାନା ପୋଲିସ । ଶେଷରେ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ୫ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେପଟେ ନିଜକୁ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଦାବି କରୁଥିବା ଜଣେ ମହିଳା କ୍ୟାମେରା ସାମ୍ନାକୁ ଆସି ଚାଂଚଲ୍ୟକର ବୟାନ ଦେଇଥିଲେ । ସେ କହିଥିଲେ ଯେ, ସୁଶାନ୍ତଙ୍କର ୧୨ ଜଣ ପତ୍ନୀ ରହିଛନ୍ତି । ପ୍ରତିବର୍ଷ ସେ ମିଛସତ କହି ଜଣେ ଯୁବତୀଙ୍କୁ ବିବାହ କରୁଥିଲେ । ପେରେ ସେମାନଙ୍କୁ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ଏସକର୍ଟ ସର୍ଭିସ୍ ଯୋଗାଇବା ଆଳରେ ସୁଶାନ୍ତ ଦେହ ବ୍ୟବସାୟ ଚଳାଇ ରଖିଥିଲା । ଆଉ ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗରେ ରହୁଥିବା ସୁଶାନ୍ତଙ୍କ ପରିବାର । ପୁଅ ନିର୍ଦ୍ଦୋଷ ଓ ଯୁବତୀ ଆଣିଥିବା ଅଭିଯୋଗ ଅମୂଳକ ବୋଲି କହିଛନ୍ତି ସୁଶାନ୍ତଙ୍କ ବାପା ।
Follow Us