ଛତିଶଗଡ କୁଣ୍ଡାତରାଇ ନିକଟରେ ଟ୍ରକକୁ ଧକ୍କା ଦେଲା ବରଯାତ୍ରୀ ଗାଡି : ଘଟଣାସ୍ଥଳରେ ୩ ମୃତ, ୪ ଗୁରୁତର

ବରଗଡ କଟାପାଲି ଗାଁରୁ ଯାଉଥିଲେ ରାୟଗଡ

153

କନକ ବ୍ୟୁରୋ : ଟ୍ରକକୁ ଧକ୍କା ଦେଲା ବରଗଡ ଯାତ୍ରୀ । ବରଗଡ କଟାପାଲ ଗାଁରୁ ବରାଯାତ୍ରୀ ଛତିଶଗଡ଼ ରାୟଗଡାକୁ ଯାଉଥିବା ବେଳେ କୁଣ୍ଡାଇତରାଇ ନିକଟରେ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ଜଣ ଗୁୁରୁତର ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ବରଗଡ଼ ବିକାଶ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ବୁର୍ଲାରେ ଭର୍ତି କରାଯାଇଛି ।
ଛତିଶଗଡ଼ର ବରିଆ ନିକଟରେ ଏକ ଟ୍ରକ୍ ସହ ବରଯାତ୍ରୀ ନେଇ ଫେରୁଥିବା ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । ଏହାଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ପ୍ରାଣହାନି ଘଟିଥିଲା । ମୃତକମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ସେ ହେଲେ ସୋରଫ ସରିଆ । ସମସ୍ତ ମୃତାହତ ବରଗଡ଼ କଟାପାଲି ଅଞ୍ଚଳର ବୋଲି ଜଣାଯାଇଛି । ୫ ଗୁରୁତରଙ୍କ ଭିତରୁ ଦୁଇଜଣଙ୍କୁ ବୁର୍ଲା ମେଡକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣ ବରଗଡ଼ର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।