ଫିଟୁଛି ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ଗୁମର: ଅଭିଯୁକ୍ତ ଅର୍ପିତା ମୁଖାର୍ଜୀଙ୍କ ଠିକଣାରୁ ମିଳିଲା ୪୦ ପୃଷ୍ଠାର କଳା ଡାଏରୀ

134

କନକ ବ୍ୟୁରୋ: ଦିନ ଯେତିକି ଗଡୁଛି ଗୁମର ସେତିକି ଫିଟୁଛି । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁନୀତି ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ଛାନଭିନ ଜାରି ରଖିଛନ୍ତି । ସେପଟେ ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ ତଥା ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ନାୟିକା ଅର୍ପିତା ମୂଖାର୍ଜୀଙ୍କୁ ଜେରା ସମୟରେ ଅନେକ ଚାଂଚଲ୍ୟକର କଥା ସାମ୍ନାକୁ ଆସିଛି । ଏବେ ଅର୍ପିତାଙ୍କ ଠିକଣାରୁ ଇଡି ହାତରେ ଲାଗିଛି କଳା ଡାଏରୀ । ଯାହା ଭିତରେ ଦୁର୍ନୀତିର ଲମ୍ବା ତାଲିକାର ହିସାବ ଥିବା କୁହାଯାଉଛି । ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଏହି ଡାଏରୀ ବୋଲି କୁହାଯାଉଛି । ସେପଟେ ଜେରା ସମୟରେ ଅର୍ପିତା ସହଯୋଗ କରୁଥିବାବେଳେ ପାର୍ଥ ସହଯୋଗ କରୁନଥିବା ଇଡି କହିଛି । ଅଗଷ୍ଟ ୩ ପର୍ଯ୍ୟନ୍ତ କୋର୍ଟ ଇଡି ରିମାଣ୍ଡରେ ପଠାଇଛନ୍ତି ।