ରାଜ୍ୟରେ ୫ମ କରୋନା ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ୱରର ୬୦ ବର୍ଷୀୟ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମିତ, ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

4,540

କନକ ବ୍ୟୁରୋ: ଓଡ଼ିଶାରେ ପଞ୍ଚମ କରୋନା ପଜିଟିଭ୍ । ଜଣେ ୬୦ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କ ଠାରେ ଚିହ୍ନଟ ହୋଇଛି କରୋନା ଭୂତାଣୁ । ଆକ୍ରାନ୍ତ ଜଣକଙ୍କ ଘର ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୬୦ ବର୍ଷୀୟ ବ୍ୟକ୍ତି ଆଜି ବହୁବିଧ ବ୍ୟାଧିରେ ପୀଡ଼ିତ ହୋଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଛି ।