ରାଜଧାନୀରେ ଚାଞ୍ଚଲ୍ୟ। ମଧୂସୁଧନନଗର ଅଞ୍ଚଳରେ ୫୨ ବର୍ଷୀୟ ମହିଳାଙ୍କୁ କିରୋସିନ ଢାଳି ହତ୍ୟା ସନ୍ଦେହ।

112

କନକ ବ୍ୟୁରୋ: ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ମଧୂସୂଦନ ନଗର ଅଞ୍ଚଳରେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ମିଳିବା ଅନେକ ସନ୍ଦେହ ସୃଷ୍ଟି କରିଛି । ପ୍ରାଣ ହରାଇଥିବା ମହିଳା ୫୨ ବର୍ଷିୟା ମିନୁଶ୍ରୀ ପ୍ରହରାଜ ବୋଲି ଜଣାପଡିଛି । ତେବେ କେଉଁ ପରିସ୍ଥିତି ଓ କାରଣ ପାଇଁ ରାତି ଅଧରେ ଏଭଳି ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ମଧୁସୂଦନ ନଗର ଅଞ୍ଚଳର ପ୍ଲଟ ନଂ ୨୪ରେ ନିଜ ସ୍ୱାମୀଙ୍କ ସହ ରହୁଥିଲେ ମିନୁଶ୍ରୀ । ତାଙ୍କ ସ୍ୱାମୀଙ୍କ କହିବା ଅନୁସାରେ, ମିନୁଶ୍ରୀଙ୍କ ସହ ସେ ରାତି ୯.୩୦ରେ କଥା ହୋଇଥିଲେ ।

ରାତି ଅଧିରେ ମହିଳାଙ୍କ ଅର୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି । ପ୍ରାଥମିକ ଅନୁସନ୍ଧାନ ପରେ ମହିଳାଙ୍କୁ କିରୋସିନି ଢାଳି ପୋଡି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମିନୁଶ୍ରୀଙ୍କ ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ୱାମୀଙ୍କୁ ପଚରାଉଚରା କରୁଛି ପୁଲିସ । ଏଠାରେ ପ୍ରଶ୍ନ ଉଠୁଛି ମିନୁଶ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି? ଯଦି ନିଆଁ ଲାଗିଲା କେହି କେମିତି ଜାଣିପାରିଲେ ନାହିଁ? ଯଦି ଆତ୍ମହତ୍ୟା କଲେ ତେବେ ଅଧା ଶରୀର ପୋଡିଲା କେମିତି? ଘଟଣା ପୂ ର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ଘଟିଥିଲା କି?