୯ ପ୍ରକଳ୍ପକୁ ମିଳିଲା ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ୭ଏମଟିପିଏର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ ଗ୍ରୁପ ।

13,823

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ହାଇଲେଭଲ କ୍ଲିଅରାନ୍ସ କମିଟି ୯ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ସିଙ୍ଗଲ ୱିଣ୍ଡୋ ଜରିଆରେ ଏକ ଲକ୍ଷ ୫୩ ହଜାର ୭୫ କୋଟିର ପ୍ରକଲ୍ପକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଏହି ସବୁ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି ସବୁ ପ୍ରକଳ୍ପ ମଧ୍ୟରେ ୪ଟି ପ୍ରକଳ୍ପ ସବୁଜ ଶକ୍ତି, ୨ଟି ପେପର ଇଣ୍ଡଷ୍ଟ୍ରି, ୨ଟି ପ୍ରକଳ୍ପ ଖଣିଜ ଶିଳ୍ପ ସମ୍ପର୍କିତ ଏହଂ ଗୋଟିଏ ପ୍ରକଳ୍ପ ଆଇଟି ସମ୍ପର୍କିତ ରହିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜଗତସିଂହପୁରରେ ୭ଏମଟିପିଏର ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଆର୍ସେଲର ମିତ୍ତଲ ଗ୍ରୁପ ୩୮୦୦୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ କରିବାକୁ ଯାଉଛିା ଏଥିରେ ୧୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ । ସେହିଭଳି ଅନ୍ୟ ପ୍ରକଲ୍ପ ମଧ୍ୟରେ ରୁଙ୍ଗଟା ମେଟାଲ ପ୍ରାଇଭେଟ ଲିମିଟେଡ ତାର ଷ୍ଟିଲ ପ୍ଲାଣ୍ଟର ବିସ୍ତାର କରିବାକୁ ଯାଉଛି । ଏହା ୦.୫ ଏମଟିପିଏରୁ ୧ ଏମଟିପିଏ ହେବ । ମୟୂରଭଞ୍ଜ ରାଇରଙ୍ଗପୁରରେ ଏଥିପାଇଁ ୧,୧୪୦ କୋଟିର ନିବେଶ କରିବ ।