କନକ ବ୍ୟୁରୋ: ଶୂନ୍ୟ ହୋଇଯାଇଛି ଗାଁ । ଯେତିକି ଲୋକ ଅଛନ୍ତି ମନରେ ତାଙ୍କର କୋକୁଆ ଭୟ । କାରଣ ଗାଁରେ ମାଡୁଛି କିଡନୀ ରୋଗ । ଜଣେ ପରେ ଜଣେ ରୋଗୀଙ୍କ କିଡନୀ ରୋଗରେ ମୃତ୍ୟୁ ପରେ ଗାଁରେ ସୃଷ୍ଟି ହୋଇଛି ଭୟର ବାତାବରଣ । ସମ୍ବଲପୁର ଜିଲ୍ଲା ଯୁଯମରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗୌରଗୋଠ ଗାଁରେ ଦିନକୁ ଦିନ ବଢିବାରେ ଲାଗିଛି କିଡନୀ ରୋଗୀଙ୍କ ସଂଖ୍ୟା ।

Advertisment

ଏହି ଗାଁରେ ୫ବର୍ଷରେ ଯାଇଛି ୯ ଜଣ କିଡନୀ ରୋଗୀଙ୍କ ଜୀବନ । ଏବେ ବି ୧୦ ଜଣ କିଡନୀ ରୋଗୀ ଜୀବନ ସହ କରୁଛନ୍ତି ସଂଗ୍ରାମ । ଜୀବନକୁ ବଞ୍ଚାଇବାକୁ ଯାଇ ଭୟରେ ଗାଁ ଛାଡୁଛନ୍ତି ଲୋକେ । ପୂର୍ବରୁ ଏହି ପଡାର ଲୋକ ସଂଖ୍ୟା ୧୦୦ ଥିବା ବେଳେ ଏବେ ଗାଁରେ ଅଛନ୍ତି ୭୬ ଜଣ । ଗତ ୩ଦିନ ତଳେ ଜଣେ କିଡନୀ ରୋଗୀଙ୍କ ମୃତ୍ୟୁ ହୋଇଛି । ୨୫ ବର୍ଷରୁ ଅଧିକ ବ୍ୟକ୍ତି କିଡନୀ ରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା କହିଛନ୍ତି ଗାଁ ଲୋକ । ୧୨ ଜଣଙ୍କ ମୃତ୍ୟୁ ଭିତରେ ୩ଜଣଙ୍କ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥିବା ବେଳେ ବାକି ସମସ୍ତେ କିଡନୀ ରୋଗରେ ଆଖି ବୁଜିଛନ୍ତି ।

ତେବେ କାହିଁକି ଏହି ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି ? କେଉଁ କାରଣ ପାଇଁ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି ? ସେନେଇ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଧିବାସୀ ଅନୁରୋଧ କରିଛନ୍ତି ।