କାର ଉପରେ ମାଡିଗଲା ଟ୍ରକ୍। ଚାଲିଗଲା ଗୋଟିଏ ପରିବାରର ୯ଜଣଙ୍କ ଜୀବନ

224

କନକ ବ୍ୟୁରୋ: କାର ଉପରେ ମାଡିଗଲା ଟ୍ରକ୍ । ଅକାଳରେ ଚାଲିଗଲା ଗୋଟିଏ ପରିବାରର ୯ଜଣଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲା କାର ଚାଳକ ।ଏଭଳି ମର୍ମନ୍ତୁଦ ଘଟଣା ଘଟିଛି ହରିଆଣା ବାହାଦୁରଗଡ କୁଣ୍ଡଳି –ମାନେଶ୍ୱର ପଲୱଲ ଏକ୍ସପ୍ରେସ୍ ହାଇୱେରେ । ଶୁକ୍ରବାର ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରକ କାରକୁ ସାମନାରୁ ଧକ୍କା ଦେବାରୁ ଗୋଟିଏ ପରିବାରର ୯ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ପୁରୁଷ , ୩ ମହିଳା ଓ ଜଣେ ଶିଶୁ । ଏହାସହ ଜଣେ ମହିଳା ଓ ଶିଶୁଙ୍କ ଅବସ୍ଥା ଗୁରୁତ ଥିବା ସୂଚନା ରହିଛି ।

ସୂଚନା ମୁତାବକ, ସମସ୍ତ ମୃତକ ଉତ୍ତରପ୍ରଦେଶର ବାସିନ୍ଦା । ସେମାନେ ରାଜସ୍ଥାନର ଗୋଗୋମେଡି ଅଞ୍ଚଳରୁ ନିଜ ଘରକୁ ଫେରୁଥିଲେ । ଏହି କାର ଭିତରେ ଗୋଟିଏ ପରିବାରର ୧୧ ଜଣ ଥିଲେ । ଗାଡିକୁ ରାସ୍ତା କଡରେ ଛିଡା କରି ଡ୍ରାଇଭର ବାହାରକୁ ଯାଇଥିବାବେଳେ ଟ୍ରକ୍ ଆସି କାର ଉପରକୁ ମାଡିଯାଇଥିଲା ।