ରାଜ୍ୟକୁ ଆସିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଲା ସୂଚନା ।

137

କନକ ବ୍ୟୁରୋ: ରାଜ୍ୟକୁ ଆସିଲା ଆଉ ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା । ଭୁବନେଶ୍ୱରରେ ଏହି କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତକାଲି ୧ ଲକ୍ଷ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିଥିଲା । ତେବେ ଟିକା ଆସିବା ପରେ ପୁଣି ରାଜ୍ୟରେ ଆରମ୍ଭ ହେବ ଟିକାକରଣ ।

ଗତକାଲି ରାଜ୍ୟକୁ କୋଭାକ୍ସିନ ଟିକା ମଧ୍ୟ ଆସି ପହଞ୍ଚିଛି । ଟିକା ଅଭାବରୁ ଗତ ଦୁଇ ଦିନ ହେବ ରାଜ୍ୟରେ ଟିକାକରଣ ବନ୍ଦ ରହିଥିଲା । ବର୍ତ୍ତମାନ ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଆସି ପହଞ୍ଚିବା ପରେ ଏବେ ପୁଣି ଟିକାକରଣ ଆରମ୍ଭ ହେବ ।