ଓଡିଶାରେ ପହଂଚିଲା ବିପୁଳ ପରିମାଣର କରୋନା ଟିକା । ୯ଲକ୍ଷରୁ ଅଧିକ କୋଭିସିଲ୍ଡ ଟିକା ଆସିବା ପରେ ଟିକାକରଣ ଆହୁରି ତ୍ୱରାନ୍ୱିତ ହେବା ସମ୍ଭାବନା ।

108

କନକ ବ୍ୟୁରୋ: ରାଜ୍ୟରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏହି ସମୟରେ ପୁଣି ଆସିଛି ବିପୁଳ ପରିମାଣର ଟିକା । ରାଜ୍ୟରେ ପଂହଚିଛି ୯ ଲକ୍ଷରୁ ଅଧିକ କୋଭିସିଲ୍ଟ । ମୋଟ ୯ ଲକ୍ଷ ୪ ହଜାର ୧୮୦ ଡୋଜ ଏକ ସ୍ୱତନ୍ତ୍ର ବିମାନରେ ଆସି ପହଂଚିଛି । ଏହା ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବ ।

ବର୍ତମାନ ଦେଶରେ କେବଳ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । କୋଭାକ୍ସିନ କେବଳ ଭୁବନେଶ୍ୱର ବାସିନ୍ଦାଙ୍କୁ ଦିଆଯାଉଥିବାବେଳେ କୋଭିସିଲ୍ଡ ରାଜ୍ୟର ଅନ୍ୟ ଅଂଚଳକୁ ଯୋଗାଇଦିଆଯାଉଛି । କୋଭିଡର ମୁକାବିଲା ପାଇଁ ଦେଶରେ ଜାନୁଆରୀ ୧୬ରୁ ଟିକାକରଣ କାମ ଆରମ୍ଭ ହୋଇଛି । ରାଜ୍ୟରେ ବିପୁଳ ପରିମାଣର ଟିକା ପଂହଚିବା ପରେ ଟିକାକରଣ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବା ଆଶା କରାଯାଉଛି ।