ଆଫଗାନିସ୍ତାନରେ ଭୟଙ୍କର ସ୍ଥିତି । ୮୭୫,୦୦୦ ଶିଶୁ କୁପୋଷଣର ଶିକାର ହୋଇ ଚିକିତ୍ସିତ

169

କନକ ବ୍ୟୁରୋ: ଆଫଗାନିସ୍ତାନ ବିଶ୍ୱର ସବୁଠୁ ବଡ଼ ମାନବୀୟ ବିପର୍ୟ୍ୟୟକୁ ସାମ୍ନା କରୁଛି। ଦେଶରେ ଦୁଇ ତୃତୀୟାଂଶ ଜନସଂଖ୍ୟାଙ୍କ ଖାଦ୍ୟ ସୁରକ୍ଷା ବିପନ୍ନ ହୋଇଯାଇଛି ବୋଲି ଏଚଆରଡବ୍ଲ୍ୟୁ (ହ୍ୟୁମାନ ରାଇଟ୍ସ ୱାଚ୍‌) ରିପୋର୍ଟରୁ ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳାମାନଙ୍କୁ ଏନ୍‌ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ ସଙ୍କଟ ବଢ଼ିଯାଇଛି। ୮୭୫,୦୦୦ ଶିଶୁ ଉତ୍କଟ କୁପୋଷଣର ଶିକାର ହୋଇଛନ୍ତି। ମହିଳା ଏବଂ ଶିଶୁମାନେ ସବୁଠାରୁ ଅଧିକ ବିପଦରେ ରହିଛନ୍ତି।

ମାନବାଧିକାର ରିପୋର୍ଟ ଅନୁଯାୟୀ ଯଦି ଏହି ପରିସ୍ଥିତିରେ ଆଫଗାନିସ୍ତାନକୁ ସହଯୋଗ କରାନଯାଏ ତେବେ ଅନେକ ଆଫଗାନ ‌ନାଗରିକ ଭୟାନକ କ୍ଷୁଧାର ଶିକାର ହେବେ। ଆଫଗାନିସ୍ତାନରେ ଏବେ ଅତି ଜଟିଳ ସ୍ଥିତି ସୃଷ୍ଟି ହୋଇଛି । ପୂର୍ବରୁ ବିଶ୍ୱ ବ୍ୟାଙ୍କ ଏହାର ରିପୋର୍ଟରେ କହିଥିଲା ଯେ ବିଶ୍ବରେ ଖାଦ୍ୟ ସଙ୍କଟ ସାମ୍ନା କରୁଥିବା ୭ଟି ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନ ରହିଛି।