କନକ ବ୍ୟୁରୋ : ଦେଶର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି । ଓଡ଼ିଶାରେ ୮୦ ପ୍ରତିଶତ ଲୋକଙ୍କ ପ୍ରିୟ ନେତା ନରେନ୍ଦ୍ର ମୋଦି । ଓଡ଼ିଶାରେ ଏକ କୋଟି ଘରେ ପହଞ୍ଚିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶ ବାର୍ତ୍ତା । ଗଣମାଧ୍ୟମକୁ କିଛି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ଧର୍ମେନ୍ଦ୍ର କହିଛନ୍ତି, ଏବେ ଓଡ଼ିଶାରେ ବଡ ଦଳ ଭାବେ ଉଭା ହୋଇ ସାରିଛି ବିଜେପି । ୨୦୨୪ ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱଙ୍କ ଆଶୀର୍ବାଦ ଓ ସର୍ବୋଚ୍ଚ ନେତୃତ୍ୱଙ୍କ ପ୍ରେରଣା ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପିର ବିଧାୟକ । ପ୍ରମୁଖ ନେତାଙ୍କୁ ଭେଟି ରାଜ୍ୟ ରାଜନୀତି ସଂପର୍କରେ ଆଲୋଚନା କରିଛନ୍ତି । ଓଡ଼ିଶାରେ ମୋଦୀ ଗ୍ୟାରେଂଟିକୁ ଆଶ୍ୱସ୍ତ କରିବା ଲକ୍ଷ୍ୟରେ ରାଜ୍ୟ ନେତାମାନେ କାମରେ ଲାଗିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଥଁ ବୁଥ୍ ସ୍ତରରୁ ରାଜ୍ୟସ୍ତର ଯାଏଁ ଯାହା ଦାୟିତ୍ୱ ଅଛି କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।