ଏମିତି ଏକ ସହର, ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକ ମଧ୍ୟ ଏଠାରେ ଗରିବ ! ଜାଣନ୍ତୁ ଏହା ପଛରେ ଥିବା କାରଣ ।

39

ଭାରତରେ କେଉଁ ବ୍ୟକ୍ତିକୁ ଗରିବ କୁହାଯିବ ? ଏହି ପ୍ରସଙ୍ଗ ସବୁବେଳେ ବିବାଦରେ ରହିଛି । ୨୦୧୧ ରେ ଯୋଜନା ଆୟୋଗ ସୁପ୍ରିମ କୋର୍ଟରେ ଏକ ଶପଥପତ୍ର ଦେଇ କହିଥିଲେ କି, ଯେଉଁ ବ୍ୟକ୍ତି ପ୍ରତି ମାସରେ ୯୬୫ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୭୮୧ ଟଙ୍କା ଖର୍ଚ୍ଚ କରିପାରୁଛି ସେ ଗରିବ ସୂଚିରେ ଆସିବ ନାହିଁ । ଅର୍ଥାତ ପ୍ରତିଦିନ ୩୨ ଟଙ୍କା ରୋଜଗାର କରିପାରୁଥିବା ବ୍ୟକ୍ତିକୁ ଗରିବ କୁହାଯାଇପାରିବ ନାହିଁ । କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ଗରିବ ସିମାରେଖା ତଳେ ରହୁଛି ।

ବୃକିଂ ଇନଷ୍ଟିଚ୍ୟୁଟର ୱେବସାଇଟ ହେମିଲ୍ଟନ ପ୍ରୋଜେକ୍ଟ ଅନୁସାରେ, ଆମେରିକାର ସେନ ଫ୍ରାନ୍ସିସ୍କୋ ସହରରେ ବାସ କରୁଥିବା ଲୋକମାନେ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରିପାରୁଥିଲେ ମଧ୍ୟ ସେମାନଙ୍କୁ ଗରିବ କୁହାଯାଉଛି । ମିଳିଥିବା ଏକ ରିପୋର୍ଟ ଅନୁସାରେ ଯଦି ଗୋଟିଏ ପରିବାରରେ ଚାରିଜଣ ବ୍ୟକ୍ତି ମିଳିତ ଭାବେ ମାସକୁ ୮୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ତେବେ ମଧ୍ୟ ସେହି ପରିବାର ଗରିବ ଶ୍ରେଣୀରେ ସାମିଲ ରହିବ । ଠିକ ସେହିଭଳି ୫୦ ଲକ୍ଷ ରୋଜଗାର କରୁଥିବା ପରିବାରକୁ ଅତି ଗରିବ ଶ୍ରେଣୀ ସୂଚିରେ ଅନ୍ତର୍ଭୁକ୍ତ କରାଯିବ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଆମେରିକାର ଅନ୍ୟ ସହରରେ ବାସ କରୁଥିବା ଲୋକମାନେ ସେନ ଫ୍ରାନ୍ସିସ୍କୋ ଲୋକଙ୍କ ଠାରୁ କମ ରୋଜଗାର କରୁଥିଲେ ମଧ୍ୟ ସେମାନଙ୍କୁ ଗରିବ କୁହାଯାଏ ନାହିଁ ।

ଆମେରିକାରେ ପ୍ରାୟ ୩୨.୬ କୋଟି ଲୋକ ବସ ବାସ କରନ୍ତି । କିନ୍ତୁ ସେଥି ମଧ୍ୟରୁ ୪ କୋଟି ଲୋକ ଗରିବ ସିମାରେଖା ତଳେ ରହିଛନ୍ତି । ଏହି ୪ କୋଟି ଗରିବ ଲୋକଙ୍କ ମଧ୍ୟରୁ ଅଧିକାଶଂ ସେନ ଫ୍ରାନ୍ସିସ୍କୋ ନିବାସି ଅଟନ୍ତି । ଅନ୍ୟ ସହର ଠାରୁ ଅଧିକ ରୋଜଗାର କରୁଥିବା ଲୋକମାନେ ମଧ୍ୟ ସେନ ଫ୍ରାନ୍ସିସ୍କୋରେ ଗିରିବ ସିମାରେଖା ତଳେ ରହିଛିନ୍ତି । ଏହାର କାରଣ ହେଉଛି ଆମେରିକାର ସମସ୍ତ ସହର ମାନଙ୍କ ଠାରୁ ସେନ ଫ୍ରାନ୍ସିସ୍କୋ ହେଉଛି ସବୁଠାରୁ ବିକସିତ ସହର । ଏଠାରେ ଅନେକ ବଡ ବଡ ଇଣ୍ଡଷ୍ଟ୍ରି ଥିବା କାରଣରୁ ଏଠାକାର ରିୟଲ ଏଷ୍ଟେଟ କାଫି ମହଙ୍ଗା ହୋଇଥାଏ । ତେଣୁ ଅନ୍ୟ ସହର ଅପେକ୍ଷା ଏହି ସହରରେ ୨୫ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କେବଳ ସେତିକି ନୁହେଁ ଏହି ସହରରେ ଗୋଟିଏ ଟୁ-ବିଏଚକେ ରୁମ ଭଡା ନେବାକୁ ହେଲେ ମାସକୁ ୨ ଲକ୍ଷ ଟଙ୍କା ଦେବାକୁ ପଡିଥାଏ ଯହା ଅନ୍ୟ ସହର ମାନଙ୍କ ଠାରୁ ଖୁବ ଅଧିକ । ଏହି କାରଣରୁ ସେନ ଫ୍ରାନ୍ସିସ୍କୋରେ ୮୦ ଲକ୍ଷରୁ ଅଧିକ ରୋଜଗାର କରୁଥିବା ଲୋକ ମଧ୍ୟ ଗରିବ ସିମାରେଖା ତଳେ ରହିଥାଏ ।