ମକା ପାଇଁ ମହାଭାରତ ପରେ ପୁରୁଷ ଶୂନ୍ୟ ହେଲା ଉମରକୋଟର ୮ଟି ଗାଁ । ଆକ୍ରମଣରେ ସାମିଲ ଲୋକଙ୍କୁ ଖୋଜୁଛି ପୋଲିସ

114

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଜଙ୍ଗଲ ଜମି ଅଧିକାରକୁ ନେଇ ତୁମୁଳ କାଣ୍ଡ ପରେ ପୁରୁଷଶୂନ୍ୟ ହେଇଯାଇଛି ଉମରକୋଟ ବ୍ଲକର ୮ଟି ଗାଁ । ତେବେ ଏନେଇ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛି କନକ ନ୍ୟୁଜ ଟିମ୍ ।  ଆକ୍ରମଣ କରିଥିବା ୮ଟି ଗାଁରେ ପୁଲିସ ପଇଁତରା ମାରୁଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁରେ ୪୦ ଏକରରୁ ଅଧିକ ଜମିରେ ମକା ଚାଷ ନଷ୍ଟ କରିଦେଇଛନ୍ତି  ନିକଟସ୍ଥ ସିରିଲିଗୁଡ଼ା, କୁସୁମଗୁଡ଼ା, କସରାଭଟା ଭଳି ଆଠ ଖଣ୍ଡ ଗାଁରେ ଲୋକେ । ଜଙ୍ଗଲ ଜମି ବିବାଦକୁ ନେଇ ଏଭଳି ପରିସ୍ଥିତି ଦେଖାଦେଇଛି ।  କପସାଭଟାର ୫୦ରୁ ଅଧିକ ମହିଳା ଓ ପୁରୁଷ ଚାଲି ଚାଲି ଉମରକୋଟ ଆସିବା ପରେ ବସ ଦ୍ୱାରା ନବରଙ୍ଗପୁର ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ବିବାଦର ସ୍ଥାୟୀ ସମାଧାନ କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

  • ବିବାଦର କେବେ ହେବ ସ୍ଥାୟୀ ସମାଧାନ?
  • କାହିଁକ ପ୍ରଶାସନ ସମାଧାନ ପାଇଁ ଉଦ୍ୟମ କରିନଥିଲା?

ବିବାଦର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଉଭୟ ପକ୍ଷଙ୍କ ସହ ଆଲୋଚନା କରି ଘଟଣାର ଏକ ସ୍ଥାୟୀ ସମାଧାନ ପାଇଁ ଆଲୋଚନା ଉମରକୋଟ ତହସିଲଦାର ସୂଚନା ଦେଇଛନ୍ତି । ସେପଟେ ସମାଧାନ ପାଇଁ ସ୍ଥାନୀୟ ରେଞ୍ଜର ବି ଆଗକୁ ଆସିଛନ୍ତି । ଶନିବାରରେ  ଘଟଣା ପରେ  ଘଟଣାସ୍ଥଳକୁ  ସ୍ଥାନୀୟ ଜିଲ୍ଲା ଅଧିକାରୀ ଯାଇଥିଲେ । ଆକ୍ରମଣର ଶିକାର ହୋଇଥିବା କପସାଭଟା, ସାରିୟାଭଟା ଓ ଲକଟିପଖନା ଗାଁ ଲୋକଙ୍କ ସହ ସମାଧାନ ନେଇ ଆଲୋଚନା ବି କରିଛନ୍ତି ।