୨୦୨୦-୨୧ ଆର୍ଥିକବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସଂକେତ : ସତ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ ଆକଳନ

82

କନକ ବ୍ୟୁରୋ : ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା ଭାରତର ଅର୍ଥନୀତି ଇଂରାଜୀ ଅକ୍ଷର ‘ଭି’ ଆକୃତିରେ ସୁଧୁରିବ । ଆଉ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ କ୍ୱାର୍ଟରରେ ଜିଡିପି ଅଭିବୃଦ୍ଧି ସେହିଭଳି ସଂକେତ ଦେଇଛି । ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ଶୂନ ଦଶମିକ ୪ ପ୍ରତିଶତ ହାରରେ ଆଗକୁ ବଢିଛି ।

ପ୍ରଥମ ଦୁଇଟି କ୍ୱାର୍ଟରରେ ଏହା ବିଯୁକ୍ତାତ୍ମକ ରହିଥିଲା । ଯଦିଓ ଶେଷ କ୍ୱାର୍ଟରରେ ଅଭିବୃଦ୍ଧି ଯୁକ୍ତାତ୍ମକ ହୋଇଛି, କିନ୍ତୁ ପୁରା ଆର୍ଥିକ ବର୍ଷରେ ଏହା ୮ ପ୍ରତିଶତ ହ୍ରାସ ପାଇବ ବୋଲି ସରକାର ଆକଳନ କରିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ଲାଗି ଦେଶର ଅଭିବୃଦ୍ଧି ବିଯୁକ୍ତାତ୍ମକ ସ୍ତରକୁ ଖସିବ । ଶେଷଥର ପାଇଁ ୧୯୮୦ରେ ଏଭଳି ଖରାପ ସମୟ ଆସିିଥିଲା ।

– ପ୍ରଥମ ତ୍ରୈମାସ ଏପ୍ରିଲରୁ ଜୁନ ଜିଡିପି ଅଭିବୃଦ୍ଧି ଥିଲା ମାଇନସ ୨୩.୯ ପ୍ରତିଶତ
– ଦ୍ୱିତୀୟ ତ୍ରୈମାସ ଜୁଲାଇରୁ ସେପ୍ଟେମ୍ବର ଅଭିବୃଦ୍ଧି ହାର ଥିଲା ମାଇନସ ୭.୩ ପ୍ରତିଶତ
– ତୃତୀୟ କ୍ୱାର୍ଟର ଅକ୍ଟୋବରରୁ ଡିସେମ୍ବର ଅଭିବୃଦ୍ଧି ୦.୪ ପ୍ରତିଶତ ହାରରେ ଆଗକୁ ବଢିଛି
– ଇଂରାଜୀ ଅକ୍ଷର ‘ଭି’ ଆକାରରେ ଦେଶର ଅର୍ଥନୀତିରେ ସୁଧାର ଆସିବାର ସଂକେତ ମିଳୁଛି
– ଜି-୨୦ ଦେଶଗୁଡିକ ମଧ୍ୟରେ ଭାରତ ଅନ୍ୟତମ ପ୍ରମୁଖ ଦେଶ ଯାହା ଯୁକ୍ତାତ୍ମକ ଅଭିବୃଦ୍ଧି ହାସଲ କରିଛି
– ଲକଡାଉନ କୋହଳ ହେବାପରେ ଜିଏସଟି ସଂଗ୍ରହ, ରେଳ ମାଲ ଭଡା, ସାମଗ୍ରୀ ରପ୍ତାନୀ ବଢିଛି
– କରୋନା ଟିକା ଆସିବା ପରେ ଲୋକଙ୍କ ମନରୁ ଭୟ ଦୂର ହେବା ସହ ବିଶ୍ୱାସ ସୃଷ୍ଟି ହୋଇଛି
– ସେଥିପାଇଁ ଆଗକୁ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ଆକଳନ କରୁଛନ୍ତି ଅର୍ଥନୀତି ବିଶାରଦ