କାବୁଲ ସିୟା ମସଜିଦ୍ ନିକଟରେ ଆତଙ୍କବାଦୀ ଆକ୍ରମଣ । ବିସ୍ଫୋରଣରେ ୮ ମୃତ, ୧୮ରୁ ଅଧିକ ଗୁରୁତର

186

କନକ ବ୍ୟୁରୋ: ଆଫଗାନିସ୍ତାନର ପଶ୍ଚିମ କାବୁଲ୍‌ ଅନ୍ତର୍ଗତ ଏକ ଆବାସିକ ଅଞ୍ଚଳରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜନଗହଳି ସ୍ଥାନରେ ବିସ୍ଫୋରଣ ଘଟିଛି ବୋଲି ପୁଲିସ ମୁଖପାତ୍ର ଖଲିଦ୍‌ ଜର୍ଦାନ୍‌ କହିଛନ୍ତି।

ଆଦିମ ହାଜରା ସମ୍ପ୍ରଦାୟ ଜନତାଙ୍କୁ ଟାର୍ଗେଟ୍‌ କରି କରାଯାଇଥିବା ଉକ୍ତ ବିସ୍ଫୋରଣ ନିମନ୍ତେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ ନିଜକୁ ଦାୟୀ କରିଛି। ସ୍ଥାନୀୟ ଆଫଗାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ନମାଜ ପାଠ ପାଇଁ ମସ୍‌ଜିଦ୍‌ ସମ୍ମୁଖରେ ଏକତ୍ର ହୋଇଥିବା ଦଳେ ମହିଳା ଓ ପିଲାଙ୍କୁ ‘ଆଇଏସ୍‌’ ଟାର୍ଗେଟ୍‌ କରିଥିଲା। ବିସ୍ଫୋରକ ଏକ ଠେଲା ଗାଡିରେ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।