ଗୋଆରେ କଂଗ୍ରେସକୁ ଝଟକା, ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

113

କନକ ବ୍ୟୁରୋ : ଗୋଟେ ପଟେ କଂଗ୍ରେସ କରୁଛି ଭାରତ ଯୋଡ ଯାତ୍ରା । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଜ୍ୟର ଦଳ ଛାଡୁଛନ୍ତି ଅନେକ ନେତା ଓ ମନ୍ତ୍ରୀ । ଏବେ କଂଗ୍ରେସକୁ ବଡ ଝଟକା ଲାଗିଛି ଗୋଆ । କାରଣ ଏଠାରେ ୧୧ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ଜଣ ଏବେ ହାତ ଛାଡି ପଦ୍ମ ଧରିଛନ୍ତି । ଯାହାକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେପି ।

କଂଗ୍ରେସକୁ ଲାଗିଛି ଝଟକା । ଗୋଆ ପ୍ରଦେଶ କଂଗ୍ରେସର ୧୧ଜଣ ବିଧାୟକଙ୍କ ମଧ୍ୟରୁ ୮ଜଣ ଏବେ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । କଂଗ୍ରେସ ଛାଡିବା ମଧ୍ୟରୁ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୀଗମ୍ବର କାମାଥଙ୍କ ସମେତ ମାଇକେଲ ଲୋବୋ, ଦେଲିଲ ଲୋବେ, ରାଜେଶ ଫଲଦେସାଇ, କେନାର ନାଏକ. ସଂକଳ୍ପ ଅମୋନକର, ଅଲେକ୍ସିକେରା ଓ ରୁଡୋଲ ଫର୍ଣ୍ଣାଡିଜ ଭଳି ଟାଣୁଆ ଚେହେରା ରହିଛନ୍ତି ।ବୁଧବାର ଏମାନେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ୍କୁ ଭେଟି ବିଜେପିରେ ସାମିଲ ହୋଇଛନ୍ତି ।

ଗୋଟେ ପଟେ ସାରା ଦେଶରେ କଂଗ୍ରେସ ଭାରତ ଯୋଡ ଯାତ୍ରା କରୁଥିବାବେଳେ ଏପଟେ ଗୋଆରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ପରେ କଂଗ୍ରେସ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । ଜୁଲାଇ ମାସରୁ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ଯେତେବେଳେ କିଛି ଦିନ ପୂର୍ବରୁ ବିରୋଧୀ ଦଳ ନେତା ମାଇକେଲ ଲୋବେ ବିଧାନସଭା ଦଳର ଏକ ବୈଠକ କରିଥିଲେ । ୮ଜଣ ବିଧାୟକ ବିଜେପିରେ ମିଶିବା ପରେ କଂଗ୍ରେସ ପ୍ରତିକ୍ରିୟା ରଖିଛି ।

୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବର୍ତମାନ ବିଜେପିର ୨୦ଜଣ ବିଧାୟକ ଅଛନ୍ତି । ସେହିରି କଂଗ୍ରେର ୧୧ଜଣ ବିଧାୟକ ଥିଲେ । କଂଗ୍ରେସର ୮ ବିଧାୟକ ବିଜେପିରେ ଯୋଗ ଦେବା ପରେ କଂଗ୍ରେସ ବିଧାୟକ ସଂଖ୍ୟା ୩ରେ ପହଁଚିଛି । ୨୦୧୯ ମସିହାରେ ବିଜେପିର ୧୦ ବିଧାୟକ କଂଗ୍ରେସରେ ସାମିଲ ହୋଇଥିଲେ ।