ସାଇବର ଅପରାଧରେ ୭୭ ଲକ୍ଷ ଲୁଟ ପରେ ଡାକ୍ତରଙ୍କ ହଜିଗଲା ନିଦ । ପ୍ରଥମ ଲୁଟ ପରେ ବ୍ୟାଙ୍କକୁ ଜଣାଇବା ପରେ ବି କାହିଁକି ପଦକ୍ଷେପ ନେଲା ନାହିଁ ବ୍ୟାଙ୍କ?

354

କନକ ବ୍ୟୁରୋ: ଜୀବନ ଜାକର ଜମା ପୁଞ୍ଜି ଯଦି ଅଚାନକ୍ ଚାଲିଯିବ କାହାକୁ ବା ନିଦ ହେବ । ପିଲାଙ୍କ ଉଚ୍ଚଶିକ୍ଷା, ସ୍ତ୍ରୀଙ୍କ ଔଷଧ ଖର୍ଚ୍ଚ ଆଉ ଏସବୁ ବାହାରେ ଅବସରରେ ପରେ ପରିବାରର ଦାୟିତ୍ୱ । ସାଇବର ଠକଙ୍କ ଜାଲରେ ପଡ଼ି ୭୬ ଲକ୍ଷ ଟଙ୍କା ହରାଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଆର୍ଥିକ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି ।

ଦିନ କେଇଟା ଭିତରେ ସବୁ କିଛି ହରାଇ ସାରିଥିବା ସନାତନ ଏବେ କ୍ରାଇମବ୍ରାଂଚ୍ ସାଇବର ସେଲର ସହାୟତା ନେଇଛନ୍ତି । ଆଉ ସେଠୁ ମିଳିଛି କେବଳ ଆଶ୍ୱସନା । ବ୍ୟାଙ୍କ ଆକାଉଂଟ ଶୀଘ୍ର ବ୍ଲକ୍ କରିଦେଇଥିଲେ, ଏଭଳି ହୋଇନଥାନ୍ତା ବୋଲି କହିଛନ୍ତି ଡାକ୍ତର ମହାନ୍ତି । ଏସବୁ ଭିତରେ ସନାତନଙ୍କ ଆଡକୁ ସବୁ ଦୋଷ ଠେଲି ଦେଇଛନ୍ତି ବ୍ୟାଙ୍କ କର୍ତୃପକ୍ଷ । କିନ୍ତୁ ବ୍ୟାଙ୍କ କର୍ତୃପକ୍ଷଙ୍କ ଏହି ସ୍ପଷ୍ଟୀକରଣ ଭିତରେ ଏଭଳି ଅନେକ ପ୍ରଶ୍ନ ଉଠୁଛି, ଯାହାର ଉତ୍ତର ସାମ୍ନାକୁ ଆସିବା ଜରୁରୀ ।

– ୯ ତାରିଖ ୨ଟି ପର୍ଯ୍ୟାୟରେ ୫୦ ହଜାର ଟଙ୍କା କଟିଲା, ଅଭିଯୋଗ ପରେ ବି କାହିଁକି ଘଟଣାକୁ ହାଲୁକା ଭାବେ ନେଇଥିଲେ ବ୍ୟାଙ୍କ କର୍ତୃପକ୍ଷ?
– ଏଟିଏମ୍ ବ୍ଲକ୍ ହୋଇଛି ଆଉ କିଛି ହେବ ନାହିଁ ବୋଲି କେଉଁ ଭରସାରେ ପ୍ରତିଶ୍ରୁତି ଦେଇଥିଲେ?
– ବ୍ୟାଙ୍କ୍ ଆକାଂଉଟ ତୁରନ୍ତ ବ୍ଲକ୍ କରିବା ପାଇଁ କାହିଁକି ଆଗଭର ହେଲା ନାହିଁ ବ୍ୟାଙ୍କ୍?
– ୯ ତାରିଖ ଅଭିଯୋଗ ପରେ ଡାକ୍ତର ସନାତନ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲା କି?
– ଯଦି ବ୍ୟାଙ୍କ କର୍ମଚାରୀ ଯୋଗାଯୋଗ କରିନଥିଲେ, ତେବେ କାହିଁକି କରିନଥିଲେ?
– ଅନ୍ଲାଇ୍ନରେ ନୂଆ ଆକାଉଂଟ ହେଲା, ଫିକ୍ସ ଡିପୋଜିଟ୍ରୁ ଟଙ୍କା ଗଲା, ମୋବାଇଲ ନମ୍ବର ପରିବର୍ତନ ହେଲା, ଏତେ ସବୁ ଘଟବା ପରେ ବି କାହିଁକି ବ୍ୟାଙ୍କ କର୍ତୃପକ୍ଷଙ୍କ ନଜରକୁ ଆସି ପାରିଲା ନାହିଁ?
– ୯ ତାରିଖରୁ ୧୫ ତାରିଖ ୬ ଦିନ ଭିତରେ ବ୍ୟାଙ୍କ କର୍ତୃପକ୍ଷ ଏହି ଘଟଣାକୁ ନେଇ କେତେ ତତ୍ପର ଥିଲେ?
– ଏଡିଏମ୍ କାର୍ଡ, ସିଭିଭି ନମ୍ବର, ଓଟିପି ଦେଇ ଡାକ୍ତର ମହାନ୍ତି ନିଶ୍ଚତ ଭାବରେ ଭୁଲ କରିଥାଇ ପାରନ୍ତି, କିନ୍ତୁ ଏସମ୍ପର୍କରେ ବ୍ୟାଙ୍କକୁ ସୂଚନା ଦେବା ପରେ ବି ୭୬ ଲକ୍ଷ ଟଙ୍କା ଗାଏବ ହେଲା କେମିତି?