ଜିଓକୁ ଟକ୍କର ଦେବ ବିଏସ୍ଏନ୍ଏଲର ଏହି ନୂଆ ପ୍ଲାନ୍ । ୭୫ ଦିନର ଭ୍ୟାଲିଡିଟି ସହ ଡାଟା ଏବଂ କଲିଙ୍ଗର ସୁବିଧା

4,014

କନକ ବ୍ୟୁରୋ : ଏୟାରଟେଲ, ଭୋଡାଫୋନ୍-ଆଇଡିଆ ଏବଂ ରିଲାଏନ୍ସ ଜିଓ ପ୍ରି-ପେଡ୍ ପ୍ଲାନଗୁଡିକର ମୂଲ୍ୟକୁ ବୃଦ୍ଧି କରିଛନ୍ତି ।  ଏହି ତିନୋଟି କମ୍ପାନୀ ସମସ୍ତ ପ୍ରି-ପେଡ୍ ପ୍ଲାନଗୁଡିକର ମୂଲ୍ୟକୁ ୨୦ରୁ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ।  କିନ୍ତୁ ଏହି ତିନୋଟି ଟେଲିକମ୍ କମ୍ପାନୀ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏକ ପ୍ରି-ପେଡ୍ ପ୍ଲାନ ପ୍ରଣୟନ କରିଛି । ଏହି ପ୍ଲାନ ମୂଲ୍ୟ ଓ ଭାଲିଡିଟି ଦୃଷ୍ଟିରୁ ଜିଓ ଏବଂ ଏୟାରଟେଲକୁ ପଛରେ ପକାଇ ଦେଇଛି ।  ୭୫ ଦିନର ସର୍ବାଧିକ ବୈଧତା ସହ ବିଏସଏନଏଲର ୯୪ ଟଙ୍କା ପ୍ଲାନ ଲଞ୍ଚ କରାଯାଇଛି ।

ସୂଚନା ଥାଉ କି ଯେ ୧୦୦ ଟଙ୍କା ମୂଲ୍ୟରୁ କମ ମୂଲ୍ୟରେ ୭୫ ଦିନର ବୈଧତା ଥିବା ପ୍ଲାନ କେହି ବି ଟେଲି ଅପରେଟର ଦେଉନାହାନ୍ତି ।  ଏହି ୯୪ ଟଙ୍କାର ପ୍ଲାନରେ ୩ଜିବି ଡାଟା ମଧ୍ୟ ଦିଆଯାଉଛି । ସେହିପରି କଲିଂ ପାଇଁ ୧୦୦ ମିନିଟ୍ ଦିଆଯାଉଛି ।  ଆଉ ୧୦୦ ମିନିଟ୍ ପରେ, ଉପଭୋକ୍ତାମାନଙ୍କୁ ପ୍ରତି ମିନିଟରେ ୩୦ ପଇସା ଚାର୍ଜ ଲାଗିବ ।  ସୂଚନା ଥାଉ କି ଯେ ଜିଓ ଦ୍ୱାରା ସର୍ବନିମ୍ନ ୭୫ ଟଙ୍କାରେ ୨୪ ଦିନର ବୈଧତା ଦିଆଯାଉଥିବାବେଳେ ଏୟାରଟେଲର ସବୁଠାରୁ ଶସ୍ତା ଡାଟା ଏବଂ କଲିଂ ପ୍ଲାନ ୯୯ ଟଙ୍କାରେ ଆସିଥାଏ ।  ଏହି ପ୍ଲାନର ବୈଧତା ହେଉଛି ୨୮ ଦିନ ।