ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୭୩ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ! ୧୦୦ଟି ବୁଥରେ ଭୋଟ ଗଣନା କାର୍ଯ୍ୟ ଜାରି

231

କନକ ବ୍ୟୁରୋ : ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୭୩ ପ୍ରତିଶତ ମତଦାନ ହୋଇଛି । ସୂତ୍ର ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ଏବେ ପର୍ଯ୍ୟନ୍ତ ୭୩ ପ୍ରତିଶତ ଭୋଟିଂ ହୋଇଛି । ଆହୁରି ୧୦୦ ଟି ବୁଥରେ ଭୋଟ୍ ଗଣନା କାର୍ଯ୍ୟ ଜାରି ହୋଇଛି । ଆଗକୁ ମତଦାନର ପ୍ରତିଶତ ବଢ଼ିପାରେ ବୋଲି ଆକଳନ କରାଯାଉଛି । ଗତକାଲି ସନ୍ଧ୍ୟାସୁଦ୍ଧା ୬୮ ପ୍ରତିଶତ ମତଦନା ହୋଇଥିବାର ସୂଚନା ମିଳିଥିଲା । ବହୁ ବୁଥରେ ରାତି ୯ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲା  ।

ରାଜ୍ୟରେ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଇଭିଏମରେ ତ୍ରୁଟି ଯୋଗୁଁ ରାଜ୍ୟର ସାମାନ୍ୟ ସମସ୍ୟା ଉପୁଜିଥିଲା । ଆସନ୍ତା ୫ ବର୍ଷ ପାଇଁ ନେତାଙ୍କ ଭାଗ୍ୟର ନିଷ୍ପତ୍ତି ନେଇସାରିଛନ୍ତି ଜନତା । ୪ ଲୋକସଭା ଓ ୨୮ ବିଧଧାନସଭା ଆସନରେ ଭୋଟଗ୍ରହଣ ସରିଛି । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ସହ ସଂଲଗଗ୍ଦନ ୨୮ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଛି । ୨୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ମାଓପ୍ରବଣ ସ୍ଥାନରେ ସଫଳାତାପୂର୍ବକ ଭୋଟିଂ ହାଇଛି । ସେପଟରେ ମାଓବାଦୀ ଭୟରେ ମାଓକାନିଗିରି ଓ ରାୟଗଡ଼ାର ୧୪ଟି ବୁଥରେ ଭୋଟ୍ ଦେଇନାହାନ୍ତି ଭୋଟର । ଆସନ୍ତା ମେ ୨୩ରେ ଭୋଟ ଗଣତିରେ ପ୍ରାର୍ଥୀମାନଙ୍କର ଭାଗ୍ୟ ସ୍ପଷ୍ଟ ହେବ ।