କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ କରିବା ନେଇ ଘୋଷଣା କରିବା ପରେ ଏପର୍ଯ୍ୟନ୍ତ ବ୍ୟାଙ୍କକୁ ୭୨ ପ୍ରତିଶତ ୨ହଜାର ଟଙ୍କିଆ ନୋଟ ଫେରି ସାରିଛି । ଗଣମାଧ୍ୟମ ରିପୋର୍ଟ ମୁତାବକ ବ୍ୟାଙ୍କକୁ ଫେରିଥିବା ୨ହଜାର ଟଙ୍କିଆ ନୋଟର ମୋଟ ପରିମାଣ ୨.୬୨ ଲକ୍ଷ କୋଟି ଟଙ୍କା । ଆରବିଆଇ ତରଫରୁ ମେ’୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲା । ରିଜର୍ଭ ବ୍ୟାଙ୍କ ତରଫରୁ ଏନେଇ ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା । ରିଜର୍ଭ ବ୍ୟାଙ୍କର ତଥ୍ୟ ମୁତାବକ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବଜାରରେ ୩.୬୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ରହିଥିବା କଥା କୁହାଯାଇଥିଲା ।

Advertisment

ସୂଚନା ଥାଉକି ନୋଟବନ୍ଦୀ ପରେ ୨୦୧୬ ମସିହାରେ ୨୦୦୦ ଟଙ୍କିଆ ନୋଟ ମାର୍କେଟକୁ ଆସିଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବନ୍ଦ କରିଦେଇଥିଲେ । ଏହା ସ୍ଥାନରେ ନୂଆ ୫୦୦ଟଙ୍କିଆ ନୋଟ ଓ ୧ ହଜାର ଟଙ୍କିଆ ନୋଟ ବଦଳରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଇଥିଲେ । ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ୨୦୧୮-୧୯ ରୁ ପୁଣିଥରେ ୨ହଜାର ଟଙ୍କିଆ ନୋଟ ଛପାଇବା ବନ୍ଦ କରିଦେଇଥିଲା ।