କନକ ବ୍ୟୁରୋ: ୭୧ ତମ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଆମେରିକା ସୁନ୍ଦରୀ ୱନି ଗ୍ରେବ୍ରିଏଲ । ମିସ୍ ୟୁନିଭର୍ସ ପାଇଁ ଟପ୍ ୩ କଣ୍ଟେଷ୍ଟାଣ୍ଟଙ୍କୁ ବଛାଯାଇଥିଲା । ଏଥିରେ ମିସ୍ ଭେନଜୁଏଲା, ମିସ୍ ୟୁଏସଏ ଓ ମିସ୍ ଡୋମିନିକନ୍ ଥିବାବେଳେ ପ୍ରଥମ ସ୍ଥାନ ଅଧିକାର କରିପାରିଥିଲେ ମିସ୍ ୟୁଏସଏ ୱନି ଗ୍ରେବ୍ରିଏଲ ।publive-image

Advertisment

ଆମେରିକାର ଲୁଇସିଆନା ନ୍ୟୁ ଅର୍ଲେଆନ୍ସ ସହରରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତାର ଫାଇନାଲ । ମିସ୍ ୟୁନିଭର୍ସ ୨୦୨୨ ବ୍ୟୁଟି ପ୍ୟାଜେଣ୍ଟଣ୍ଟର ଘୋଷଣା କରାଯାଇଥିଲା । ଏଥିରେ ସାରା ବିଶ୍ୱର ୮୪ ଜଣ ପ୍ରତିଯୋଗିତା ଭାଗ ନେଇଥିଲେ । ଏଥିରେ ଆମେରିକାର ୱନି ଗ୍ରେବ୍ରିଏଲ ମିସ୍ ୟୁନିଭର୍ସ ମୁକଟ ପିନ୍ଧିଥିବାବେଳେ ଭାରତ ସୁନ୍ଦରୀ ଦିବିତା ରାୟଙ୍କୁ ଟପ୍ ୫ରେ ବି ସ୍ଥାନ ମିଳିପାରିନାହିଁ ।

ଫାଇନାଲରେ ୱନି ଗ୍ରେବ୍ରିଏଲ ବିଜୟିନୀ ହେବା ପରେ ଭାରତୀୟ ବିଶ୍ୱ ସୁନ୍ଦରୀ ହରନାଜ୍ ସାନ୍ଧୁ ତାଙ୍କୁ ମୁକୁଟ ପିନ୍ଧାଇଥିଲେ ।