ଶ୍ରୀମନ୍ଦିର ପ୍ରଶାସନକୁ ଦାତାଙ୍କ ରୁପା ଦାନ : ରୁପାରେ ମା’ ବିମଳା, ମହାଲକ୍ଷ୍ମୀ ଓ ନୃସିଂହ ମନ୍ଦିରର କବାଟକୁ ରୂପା ଛାଉଣି କରାଯିବ

129

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନକୁ ଦାତାଙ୍କ ରୁପା ଦାନ । ବମ୍ବେରୁ ୭ କୁଇଂଟାଲ ରୁପା କଡ଼ା ସୁରକ୍ଷା ବଳୟ ଭିତରେ ପହଂଚିଛି । ପୁରୀରେ ରୁପା ପହଂଚିବା ପରେ ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଏହି ରୁପା ଖଣ୍ଡକୁ ରୁପା ଚାଦର କରିବା ପାଇଁ ସ୍ୱତନ୍ତ୍ର ମେସିନ ମଧ୍ୟ ଅଣାଯାଇଛି । ୭ କୁଇଂଟାଲ ରୁପାରେ ମା’ ବିମଳା, ମହାଲକ୍ଷ୍ମୀ ଓ ନୃସିଂହ ମନ୍ଦିରର କବାଟକୁ ରୁପା ଛାଉଣି କରାଯିବ ।

ଜୟ ବିଜୟ, ବେହରଣ ଓ ଭୋଗ ମଣ୍ଡପ ଦ୍ୱାର ଯେଉଁଭଳି ଭାବରେ ଡ଼ିଜାଇନ କରାଯାଇଛି ସେହି ଡ଼ିଜାଇନରେ ଏହି ତିନୋଟି ଦ୍ୱାରକୁ ରୁପା ଛାଉଣି କରାଯିବ । ଗତ ୧୩ ତାରିଖ ଦିନ ବେହରଣ ଦ୍ୱାର ପାଇଁ ରୁପା ଶ୍ରୀମନ୍ଦିରକୁ ନିଆଯାଇଥିଲା । ୧୪ ତାରିଖରୁ ଆରମ୍ଭ ହୋଇଥିଲା ଏହି ରୁପା ଛାଉଣୀ କାମ । ଗୁଣ୍ଡିଚା ଯାତ୍ରା ବେଳେ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ଓ ଜୟ ବିଜୟ ଦ୍ୱାରରେ ରୁପା ଛାଉଣୀ କାର୍ଯ୍ୟ ସରିଥିବା ବେଳେ କଳାହାଟ ଦ୍ୱାରର ରୁପା ମହଜୁଦ ଅଛି ।