ଲକ୍ଷ ନୁହେଁ କୋଟିରେ ହୋଇଛି ତିଆରି ! ଦେଖନ୍ତୁ ବଲିଉଡର କିଛି ଦାମୀ ଗୀତ

34

ଗ୍ଲାମର୍ ଆଉ ଟଙ୍କାର ଭୂମି ହେଉଛି ବଲିଉଡ୍ । ଗୋଟିଏ ଗୋଟିଏ ସିନେମା ଏଠି କୋଟି କୋଟି ଟଙ୍କା ଇନକମ୍ କରୁଛି । ତେବେ ଏହି କୋଟି କୋଟି ଟଙ୍କା ବକ୍ସ ଅଫିସ୍ କଲେକ୍ସନ୍ ପାଇଁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ କରିବାକୁ ପଡୁଛି । କେବଳ ସିନେମା ନୁହେଁ ଗୀତ ପିଛା ମଧ୍ୟ ଖର୍ଚ୍ଚ ହୋଇଥାଏ କୋଟି କୋଟି ଟଙ୍କା । ଅନେକ ନିର୍ଦ୍ଦେଶକ ଅଛନ୍ତି ଯେଉଁମାନେ ସିନେମାର ଗୋଟିଏ ଗୀତ ପାଇଁ କୋଟିଏ ଟଙ୍କା ପାଣି ପରି ଖର୍ଚ୍ଚ କରି ଦିଅନ୍ତି । ଏବେ ନଜର ପକାନ୍ତୁ ସେମିତି କିଛି ଦାମୀ ସିନେମାର ଦାମୀ ଗୀତ ଉପରେ ।

ଜଲେବି ବାଇ : ସିନେମା ‘ଡବଲ୍ ଧମାଲ୍’ର ଲୋକପ୍ରିୟ ଗୀତ ‘ଜଲେବି ବାଇ’ ଜରିଆରେ ନା କେବଳ ଷ୍ଟେଜରେ ବରଂ ଦର୍ଶକଙ୍କ ହୃଦୟରେ ନିଆଁ ଲଗାଇ ଦେଇଥିଲେ ମଲ୍ଲିକା ଶେରାୱତ୍ । ତେବେ ଏହି ଗୀତ ପାଇଁ ପ୍ରାୟ ୧.୫ କୋଟି ଖର୍ଚ୍ଚ ହୋଇଥିଲା ।

ପିୟା କେ ବାଜାର୍ : ଗୀତଟି ହେଉଛି ସିନେମା ‘ହମସକଲ୍’ର । ଗୀତରେ ପ୍ରାୟ ୫୦୦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର୍ ନାଚିଥିଲେ । ଆଉ ଗୀତଟିର ବଜେଟ୍ ଥିଲା ପ୍ରାୟ ୨କୋଟି ଟଙ୍କା ।
ରାଧା ନାଚେଗି : ସିନେମା ‘ତେଭର୍’ ର ଏକ ଲୋକପ୍ରିୟ ଗୀତ ଥିଲା ‘ରାଧା ନାଚେଗି’ ଯେଉଁଥିରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୨.୫କୋଟି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏଥିରେ ସୋନାକ୍ଷୀ ସିହ୍ନା ପିନ୍ଧିଥିବା ଲେହେଙ୍ଗାର ମୂଲ୍ୟ କେବଳ ଥିଲା ୭୫ ଲକ୍ଷ ।

ସଟର୍ ଡେ ସଟର୍ ଡେ : ଏହି ଲୋକପ୍ରିୟ ଗୀତରେ ଆଲିଆ ଭଟ୍ଟ ଏବଂ ବରୁଣ ଧୱନଙ୍କ ଡ୍ୟାନ୍ସ ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା । ଗୀତଟି ବାଜିଲେ ପାଦ ଆପେ ଆପେ ଉଠିଯାଏ । ତେବେ ଏହି ଦାମୀ ଗୀତ ପାଇଁ ଖର୍ଚ୍ଚ ହୋଇଥିଲା ପ୍ରାୟ ୩କୋଟି ଟଙ୍କା ।

ଥା କରକେ : ଗୋଲମାଲ୍ ରିଟର୍ଣ୍ଣସର ଏହି ଗୀତକୁ ୧୨ ଦିନ ଲାଗିଥିଲା ଶେଷ ହେବାକୁ । ଗୀତରେ ପ୍ରାୟ ୧୦୦୦ ଡ୍ୟାନ୍ସର୍, ୧୮୦ ଷ୍ଟଂଟମ୍ୟାନ୍ ଏବଂ ୧୦ଟି କାର୍ ବ୍ୟବହୃତ ହୋଇଥିଲା । ପ୍ରାୟ ୩.୫କୋଟି ଖର୍ଚ୍ଚ ହୋଇଥିଲା ଗୀତ ପିଛା ।

ମଲଙ୍ଗ୍ : ଧୁମ୍ – ୩ର ଏହି ଗୀତଟି ସବୁଠାରୁ ଦାମୀ ଗୀତ । ଏହି ଗୀତ ପାଇଁ ୟୁଏସଏରୁ ସ୍ପେଶାଲ୍ ଡ୍ୟାନ୍ସରଙ୍କୁ ଅଣାଯାଇଥିଲା । ତେବେ ୟଶ୍ ରାଜ୍ ବ୍ୟାନରରେ ତିଆରି ହୋଇଥିବା ଏହି ଗୀତରେ ଖର୍ଚ୍ଚ ହୋଇଥିଲା ପ୍ରାୟ ୫ କୋଟି ।

ପାର୍ଟି ଅଲ୍ ନାଇଟ୍ : ଆଜି ପର୍ଯ୍ୟନ୍ତର ସବୁଠାରୁ ଦାମୀ ଗୀତ ହେଉଛି ‘ବସ୍’ ସିନେମାର ଏହି ଗୀତଟି । ଏହି ଗୀତରେ ପ୍ରାୟ ୬୦୦ ବିଦେଶୀ ଡ୍ୟାନ୍ସର୍ ନାଚିଥିଲେ । ପ୍ରାୟ ୬କୋଟି ଖର୍ଚ୍ଚ ହୋଇଛି ଏହି ଗୀତରେ ।