କରୋନା ନେଲା ଆଉ ୭ ଜୀବନ : ଗଞ୍ଜାମରେ ସର୍ବାଧିକ ୮୨ ଜଣଙ୍କର ମୃତ୍ୟୁ, ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୭ କୁ ବୃଦ୍ଧି

249

କନକ ବ୍ୟୁରୋ : ରାଜ୍ୟରେ ଆଉ ୭ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଗଞ୍ଜାମରୁ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧା, ମାଲକାନଗିରି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ଏର୍ପ୍ୟନ୍ତ କେବଳ ଗଞ୍ଜାମରେ ସର୍ବାଧିକ ୮୨ ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୬ ହଜାର ୮୯୨କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ସର୍ବାଧିକ ୪୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଦା ଜିଲ୍ଲାରୁ ୨୨୩, କଟକରୁ ୧୩୬, କନ୍ଧମାଳରୁ ୭୩, ଗଜପତିରୁ ୭୩, ରାୟଗଡାରୁ ୬୮, ସୁନ୍ଦରଗଡରୁ ୫୭, ଯାଜପୁରରୁ ୫୧, କେନ୍ଦୁଝରରୁ ୪୩, ଢ଼େଙ୍କାନାଳରୁ ୩୨, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୨୮, ଭଦ୍ରକରୁ ୨୫, ବରଗଡରୁ ୨୩, ବଲାଙ୍ଗୀରରୁ ୨୧, ବାଲେଶ୍ୱରରୁ ୧୯, ସମ୍ବଲପୁରରୁ ୧୭ , କଳାହାଣ୍ଡି ,ଝାରସୁଗୁଡା ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ୧୬ ହଜାର ୭୯୨ ଜଣ ସୁସ୍ଥ ହୋଇଥିବାବେଳେ ୯ ହଜାର ୯୧୯ ଜଣ ସକ୍ରିୟ ଅଛନ୍ତି । ରାଜ୍ୟରେ ଗତକାଲି ୯ ହଜାର ୩୨୭ ଟେଷ୍ଟ ସହ ମୋଟ ୪ ଲକ୍ଷ ୬୭ ଜହାର ୪୪୭ଟି ନମୁନା ଟେଷ୍ଟ କରାଯାଇଛି ।