କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ବାଉନ୍ସର ଗ୍ୟାଙ୍ଗଙ୍କ ଦାଦାଗିରି । ୭ଜଣିଆ ବାଉନ୍ସର ଗ୍ୟାଙ୍ଗକୁ ଧରିଲା ପୋଲିସ । ଗିରଫ ପରେ ଖାଲିଦେହରେ ଚଲାଇ ଚଲାଇ ନେଲା ପୋଲିସ । ବିବାଦୀୟ ଜମିକୁ କବଜା କରିବା ସହ ଏହାକୁ ପଜେସନ୍ ଦେଉଥିଲେ ବାଉନ୍ସର ଗ୍ୟାଙ୍ଗ । ଗ୍ୟାଙ୍ଗରେ ଥିବା ସମସ୍ତ ୭ଜଣ ବାଉନ୍ସରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ବଡ଼ କଥା ହେଉଛି, ଭୟରେ ଲୋକେ ଏମାନଙ୍କ ବିରୋଧରେ ଥାନାରେ ଏତଲା ଦେଉନଥିଲେ । ଏହି ଗ୍ୟାଙ୍ଗର ମୁଖ୍ୟ ନକୁଳ ମହାକୁଡ଼ ନାମରେ ଏକାଧିକ ମାମଲା ରହିଛି । ଏପରିକି ତାଙ୍କ ନାଁରେ ଏନଏସଏ ମଧ୍ୟ ଲଗାଯାଇଥିଲା । ଏହି ଗ୍ୟାଙ୍ଗ ଅନ୍ୟର ଜମିକୁ କବଜା କରିବା ସହ କିଛି ବ୍ୟବସାୟୀଙ୍କ ଦୋକାନକୁ ଜୋର ଜଦରଦସ୍ତି ଭାଙ୍ଗି ଦେଇଥିଲା । ତେବେ ମାମଲା ରୁଜୁ ହେବା ପରେ ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Advertisment