ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ : ବନ୍ୟା ଜଳରେ ଭାସି ଯାଇ ୭ ଜଣଙ୍କ ମୃତ୍ୟୁ; ୩୦ରୁ ୪୦ ଜଣ ଏବେ ବି ନିଖୋଜ

1,108

କନକ ବ୍ୟୁରୋ : ମା’ ଦୁର୍ଗାଙ୍କ ବିସର୍ଜନ ବେଳେ ଅଘଟଣ । ହଠାତ୍ ବଢିଲା ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମାଲ ନଦୀର ଜଳସ୍ତର । ବନ୍ୟା ଜଳରେ ଭାସି ଯାଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ୪୦ ଜଣ ଏବେ ବି ନିଖୋଜ ଅଛନ୍ତି । ଗତକାଲି ରାତିରେ ଏହି ଅଘଟଣ ଘଟିଛି ।

ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ସେଠାକାର ଏକ ପୂଜା କମିଟିର କର୍ମକର୍ତ୍ତାମାନେ ବିସର୍ଜନ କରିବାକୁ ନେଇଥିଲେ । ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ଜଳ ମାଡି ଆସିବାରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ନିଖୋଜ ଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।