ପାଲେଷ୍ଟାଇନ୍ ଗାଜାରେ ଅଗ୍ନିକାଣ୍ଡ । ୭ ଶିଶୁଙ୍କ ସହ ୨୧ ଜଣ ଜୀବନ୍ତ ଦଗ୍ଧ

121

କନକ ବ୍ୟୁରୋ: ପାଲେଷ୍ଟାଇନ୍ ଗାଜା ଷ୍ଟ୍ରିପର ଏକ ଶରଣାର୍ଥୀ ଶିବିରରେ ଥିବା ଏକ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୭ ଜଣ ପିଲାଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ।

ଗାଜାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ଗାଜାର ଜନବହୁଳ ଜାବାଲିଆ ଶରଣାର୍ଥୀ ଶିବିରରେ ଏହି ଅଗ୍ନିକାଣ୍ଡ ଘଟିଛି। ୪ ମହଲା ଆବାସିକ କୋଠାର ଉପର ମହଲା ରେ ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ, ଅନେକ ଘଣ୍ଟା ପରିଶ୍ରମ ପରେ ଏହି ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ସେତେବେଳେକୁ ଅନେକ କ୍ଷୟକ୍ଷତି ଘଟିସାରିଥିଲା ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, କୋଠା ଭିତରେ ବହୁ ପରିମାଣର ଗ୍ୟାସୋଲିନ୍ ଗଚ୍ଛିତ ରଖାଯାଇଥିଲା, ଯାହା ଯୋଗୁଁ ଲାଗିଥିବା ନିଆଁ ଆଖିପିଛୁଳାକେ ଚାରିଆଡକୁ ବ୍ୟାପୀଯାଇଥିଲା । କୋଠାରେ ରହୁଥିବା ଲୋକମାନେ ଉଦ୍ଧାର ପାଇଁ ଚିକ୍ରାର କରୁଥିଲେ ବି ଏମାନଙ୍କୁ ଉଦ୍ଧାର କରିବା ସହଜ ନଥିଲା ।

ପାଲେଷ୍ଟାଇନ କର୍ତ୍ତୃପକ୍ଷ ରାଷ୍ଟ୍ରପତି ମହମୁଦ ଅବ୍ବାସ ଏହାକୁ ଏକ ଜାତୀୟ ଦୁଃଖଦ ଘଟଣା ବୋଲି କହିବା ସହ ଦେଶରେ ଦିନିକିଆ ଶୋକ ଦିବସ ଘୋଷଣା କରିଛନ୍ତି ।