ହାଇଦ୍ରାବାଦରୁ ଜବତ ହେଲା ୭କୋଟି ୫୦ଲକ୍ଷର ନଗଦ, ୪ଅଭିଯୁକ୍ତ ଗିରଫ : ନିର୍ବାଚନରେ ବ୍ୟବହାର ହୋଇଥାନ୍ତା ଟଙ୍କା

142

କନକ ବ୍ୟୁରୋ : ହାଇଦ୍ରାବାଦ ଟାସ୍କଫୋର୍ସ ପୋଲିସ ଏବଂ ସୈଫାବାଦ ପୋଲିସ ମିଳିତଭାବେ ଚଢଉ କରି ୭ କୋଟିରୁ ଅଧିକ ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି । ସାମ୍ବାଦିକମାନଙ୍କୁ ପୋଲିସ କମିଶନର ଅଞ୍ଜନି କୁମାର କହିଛନ୍ତି ବିଭିନ୍ନ ସ୍ଥାନରେ ରେଡ ହେବା ସମୟରେ ଏହି ଟଙ୍କା ଜବତ ହୋଇଛି ।

ଆଗାମୀ ନିର୍ବାଚନରେ ଏହି ଟଙ୍କା ବ୍ୟବହାର କରାଯିବାର ଥିଲା ବୋଲି କମିଶନର ସୂଚନା ଦେଇଛନ୍ତି । ଚଢଉ ସମୟରେ ପୋଲିସ କିଛି ମାରଣାସ୍ତ୍ର, ଟଙ୍କା ଗଣୁଥିବା ମେସିନ, କାର, ମୋବାଇଲ ଫୋନ ଏବଂ ଲ୍ୟାପଟପ ଜବତ କରିଛି । ଏହି ଟଙ୍କା କାରବାରରେ ହାୱାଲା ଅପରେଟରଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି । ତେଣୁ ତଦନ୍ତ ପ୍ରକ୍ରିୟାରେ ଇଡି ଏବଂ ଇନକମ ଟ୍ୟାକ୍ସ ବିଭାଗର ସହାୟତା ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।