ବରଗଡରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ: ଟୁଇଟ୍ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା; ୫ ବାହାର ଫେରନ୍ତା ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଂଚଳର ସୂଚନା

406

କନକ ବ୍ୟୁରୋ: ବରଗଡରୁ ଆଉ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭେଡେନ୍ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ଭଟଲି ବ୍ଲକରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣଙ୍କର ଗସ୍ତ ବିବରଣୀ ରହିଥିବାବେଳେ ଜଣେ ସ୍ଥାନୀୟ ଅଂଚଳର ବୋଲି ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନେ ରହୁଥିବା ଅଂଚଳକୁ କଂଟେନମେଂଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ପୂର୍ବରୁ ପ୍ରଥମ ଥର ପାଇଁ ବରଗଡ଼ ଜିଲ୍ଲାରୁ ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମଜଣକ ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗରା ବାସିନ୍ଦା ଓ ଜଣେ ମୁମ୍ବାଇ ଫେରନ୍ତା ବୋଲି ବି ସୂଚନା ମିଳିଥିଲା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବି ସୂଚିତ କରାଯାଇଥିଲା। ବରଗଡ଼ ସହରର ଓ୍ବାର୍ଡ-୧୪ର ସୁଭାଷ ନଗର ଅଞ୍ଚଳର ବାସିନ୍ଦା ବୋଲି ଜଣାଯିବା ପରେ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା।

ବରଗଡ଼ ଜିଲ୍ଲାର ଦ୍ବିତୀୟ କରୋନା ଆକ୍ରାନ୍ତଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାରଗୁଡ଼ା ପଞ୍ଚାୟତର ହଳଦୀପାଲି ଗ୍ରାମରେ ବୋଲି ସୂଚନା ମିଳିଥିଲା। ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ସେ ଜଣେ ପୁରୁଷ।  ଆକ୍ରାନ୍ତଜଣକ ମୁମ୍ବାଇ ଫେରନ୍ତା । ସେ ମୁମ୍ବାଇରୁ ଫେରି ଘରେ ସଙ୍ଗରୋଧରେ ଥିଲେ।