ବିଜୟୱାଡାରୁ ଉଦ୍ଧାର ହେଲେ କେନ୍ଦୁଝର ଜିଲ୍ଲାର ୬ ଜଣ ନାବାଳିକା । ଚାକିରି କରାଇଦେବା ନାଁରେ ତାମିଲନାଡୁ ହେଉଥିଲେ ଚାଲାଣ

129

କନକ ବ୍ୟୁରୋ : ବିଜୟୱାଡାରୁ ଉଦ୍ଧାର ହେଲେ କେନ୍ଦୁଝର ଜିଲ୍ଲାର ୬ ଜଣ ନାବାଳିକା । ଚାକିରି କରାଇଦେବା ନାଁରେ କିଛି ଆଦିବାସୀ ନାବାଳିକାଙ୍କୁ ତାମିଲନାଡୁ ଚାଲାଣ କରାଯାଉଥିଲା । ହେଲେ ଆନ୍ଧ୍ର ପ୍ରଦେଶର ବିଜୟୱାଡା ରେଲୱେ ଷ୍ଟେସନରେ ଏହି ୬ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ରେଲୱେ ପୋଲିସ ।

ତେବେ ଘଟଣାସ୍ଥଳରୁ ଫେରାର୍ ମାରିଛି ନାବାଳିକାଙ୍କୁ ଚାଲାଣ କରୁଥିବା ଦଲାଲ । ଘଟଣା ପରେ ସମସ୍ତ ନାବାଳିକାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା । ପରିବାର ଲୋକେ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ସହାୟତାରେ ସମସ୍ତଙ୍କୁ ବିଜୟୱାଡାରୁ ଉଦ୍ଧାର କରିଥିଲେ । ନାବାଳିକାଙ୍କୁ ଚାକିରି କରାଇଦେବା ନାଁରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଉଦ୍ଧାର କାମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମସ୍ତ ପ୍ରକାର ସହଯୋଗ କରିଥିଲେ ।