କନକ ବ୍ୟୁରୋ : ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିରୋଧ । ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି । କଳାପୋଷାକ ପିନ୍ଧି କଲେ ରାଲି କରିଛନ୍ତି ବିରୋଧୀ । ସଭାସ୍ଥଳ ଅଭିମୁଖେ ଯାଉଥିବା ବେଳେ ଚୋରଦା କାଳୀ ପଡ଼ିଆ ଛକରେ ଅଟକାଇଲା ପୋଲିସ ।

Advertisment

ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବ୍ରହ୍ମବରଦାକୁ ଜନ ଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ସମୟରେ ୫ଟି ସଚିବଙ୍କୁ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି । ସ୍ଥାନୀୟ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଛକରେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସଚିବଙ୍କ ଗସ୍ତକୁ ସାରା ରାଜ୍ୟରେ ବିରୋଧ କରିବ ବୋଲି କଂଗ୍ରେସ କହିଛି । ଯାହାର ପ୍ରତିଫଳନ ସଚିବ ପାଣ୍ଡିଆନଙ୍କ ଗସ୍ତ ବେଳେ ଦେଖିବାକୁ ମିଳୁଛି ।