ଅଚାନକ ଗଞ୍ଜାମ ଗସ୍ତରେ ୫ଟି ସଚିବ : ତାରାତାରିଣୀ ମନ୍ଦିର ପରିଦର୍ଶନ ସହିତ ବିକାଶମୂଳକ କାମର ଅନୁଧ୍ୟାନ କଲେ ପାଣ୍ଡିଆନ୍

589

କନକ ବ୍ୟୁରୋ : ଆଜି ଅଚାନକ ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିର ଗସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ତାରାତାରିଣୀଙ୍କ ଦର୍ଶନ କରିବା ସହିତ ପରିଦର୍ଶନ ସମୟରେ ବିକାଶମୂଳକ କାମର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ । ଏହି ଅବସରରେ ‘୫-ଟି’ ସଚିବ ଭି କେ କାର୍ତ୍ତିକେୟନ୍ ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସହ ବି ଆଲୋଚନା କରିଥିବା ଜଣାଯାଇଛି। । ଭିତ୍ତିଭୂମି ପ୍ରସଙ୍ଗରେ ଆଲୋଚନା କରିବା ସହିତ ଲୋକମାନଙ୍କ ପାଇଁ କଣ ସୁବିଧା ସୁଯୋଗ ଅଛି ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।

ସେହି ସମୟରେ ମନ୍ଦିରର ସେବାୟତ ତାରାତାରିଣୀ ପୀଠର ବିଭିନ୍ନ ସମସ୍ୟା ସଂପର୍କରେ ‘୫-ଟି’ ସଚିବଙ୍କୁ ବୁଝାଇଥିଲେ । ଖୁବଶୀଘ୍ର ତାରାତାରିଣୀ ମନ୍ଦିରରେ କିଛି ବିକାଶ ମୂଳକ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଛି । ସୂଚନାଯୋଗ୍ୟ, ‘ମୋ’ ସରକାର’ ଯୋଜନା କାର୍ଯ୍ୟକାରୀ ହେବାପର ଠାରୁ ‘୫-ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ବିଭିନ୍ନ ଜିଲ୍ଲାଗସ୍ତରେ ପହଞ୍ଚି ସମୀକ୍ଷା କରୁଛନ୍ତି ।