୨୦୨୨ ଶେଷ ସୁଦ୍ଧା ୫-ଜି ସେବା । ପ୍ରଥମ ପର୍ଯ୍ୟାୟରେ ୧୩ ସହରରେ ଶୁଭାରମ୍ଭ । 

287

କନକ ବ୍ୟୁରୋ: ଦେଶରେ ଫାଇଭ୍-ଜି’ର ସଫଳ ପରୀକ୍ଷା ହୋଇଛି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଗତକାଲି ଆଇଆଇଟି ମାଡ୍ରାସରେ ଏହି ପରୀକ୍ଷା କରାଯାଇଥିଲା । ତେବେ କେବେ ଏହା ଭାରତରେ ଆରମ୍ଭ ହେବ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଦେଶରେ  ୨୦୨୨ ଶେଷ ସୁଦ୍ଧା ଭାରତରେ ୫-ଜି ସେବା ଉପଲବ୍ଧ ହେବ । ଖୁବଶୀଘ୍ର ଫାଇଭ୍-ଜି ସ୍ପେକ୍ଟମ ଅକ୍ସନକୁ କ୍ୟାବିନେଟ୍ ମଂଜୁରି ପାଇଁ ଆସିପାରେ ପ୍ରସ୍ତାବ ।

ପ୍ରଥମେ ୧୩ ସହରରେ ଏହି ସେବା ମିଳିବ । ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡୀଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷେ୍ନø, ପୁନେ, ଦିଲ୍ଲୀ ଓ ମୁମ୍ବାଇରେ ପ୍ରଥମେ ୫-ଜି ସେବା ଆରମ୍ଭ ହେବ । ପର୍ଯ୍ୟାୟ କ୍ରମେ ଅନ୍ୟ ସହରରେ ଉପଲବ୍ଧ ହେବ ଏହି ସେବା । ୫-ଜିରେ ଆଖି ପିଛୁଳାକେ ୱେବ୍ପେଜ୍ ଖୋଲିଯିବ । ୫-ଜିର ସ୍ପିଡ୍ ବର୍ତମାନର ସ୍ପିଡ୍ଠାରୁ ଢେର ଅଧିକ ହେବ । ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନ୍ଲୋଡ କିମ୍ବା ଅପ୍ଲୋଡ କରିହେବ । ଏକାଧିକ ଡିଭାଇସ୍କୁ ଇଂଟରନେଟ୍ ସହ ଯୋଡାଯାଇ ପାରିବ ।

ସେହିଭଳି ୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ । ଦେଶରେ ହାଇସ୍ପିଡ୍ ଇଂଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ । ୫ଜି ନେଟୱର୍କ ଦ୍ୱାରା ଟେଲିସର୍ଜରୀରେ ମଧ୍ୟ ସୁବିଧା ହେବ । ୭୨ଟି ଦେଶର ୧୯୪୭ ସହରରେ ବର୍ତ୍ତମାନ ୫-ଜି ସେବା ମିଳୁଛି । ଚୀନ ଓ ଆମେରିକାର ସର୍ବାଧିକ ସହରରେ ଏହି ୫-ଜି ଉପଲବ୍ଧ ହେଉଛି । ଚୀନର ୩୫୬ ସହରରେ  ୫-ଜି ନେଟୱର୍କ ଥିବା ବେଳେ ଆମେରିକାର ୨୯୬ ସହରରେ ମିଳୁଛି ଏହି ସେବା