କନକ ବ୍ୟୁରୋ: ଦୂରସଞ୍ଚାର ବିଭାଗ ଏବଂ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଫୋନ ନିର୍ମାତା ଏବଂ ଟେଲିକମ ସେବା ପ୍ରଦାନକାରୀଙ୍କ ମଧ୍ୟରେ ବୁଧବାର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶୀର୍ଷ ମୋବାଇଲ ନିର୍ମାଣକାରୀ ସଂସ୍ଥା ସରକାରଙ୍କୁ କହିଛନ୍ତି, ତିନିମାସ ମଧ୍ୟରେ ସଫ୍ଟୱେର ଅପଡେଟ ମାଧ୍ୟମରେ ୫ଜି ସ୍ମାର୍ଟଫୋନରେ ୫ଜି ସେବା ଶୁଭାରମ୍ଭ ହୋଇଯିବ। ଏହି ସମୟରେ ସରକାରୀ ଅଧିକାରୀ ଟେଷ୍ଟିଂ ସହ ଅନ୍ୟାନ୍ୟ ପ୍ରକ୍ରିୟାକୁ ଜୋରଦାର କରିବା ସହ ମନିଟରିଂ ମ୍ୟାକାନିଜମ ପ୍ରସ୍ତୁତ କରିବା ପାଇଁ କହିଛନ୍ତି ।
ଏହି ବୈଠକରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଗାମୀ ତିନିମାସ ମଧ୍ୟରେ ଅଧିକାଂଶ ୫ଜି ମୋବାଇଲ ପ୍ରସ୍ତୁତ ହୋଇଯିବ । ଏଥିରେ ସଫ୍ଟୱେରକୁ ମଧ୍ୟ ଅପଡେଟ କରାଯିବ । ବୈଠକରେ କିଛି ବ୍ରାଣ୍ଡ କହିଛନ୍ତି. ଡିଭାଇସରେ ୫ଜି ଟେଷ୍ଟିଂ ଏବଂ ଅନ୍ୟନ୍ୟା ପ୍ରକ୍ରିୟା ଶେଷ କରିବା ଅର୍ଥ କଷ୍ଟମର ସାର୍ଟିଫିକେସନ ଷ୍ଟାଣ୍ଡାର୍ଡକୁ ପୂରା କରିବା । ଏଥିପାଇଁ ଟିକେ ଅଧିକ ସମୟ ଲାଗିପାରେ ।
Follow Us