ଶେଷ ହେଲା ୫ଜି ସେକ୍ଟ୍ରମ ନିଲାମ୍: ୭ ଦିନ ଯାଏଁ ଚାଲିଥିଲା ନିଲାମ ପ୍ରକ୍ରିୟା

458

କନକ ବ୍ୟୁରୋ: ଶେଷ ହେଇଛଇ ୫ ଜି ସେକ୍ଟ୍ରମ ନିଲାମ୍ । ୭ ଦିନ ଯାଏଁ ନିଲାମ ଚାଲିବା ପରେ ଶେଷ ହୋଇଛି ଏହି ପ୍ରକ୍ରିୟା । ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡିି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା । ତେବେ କେବଳ ଉତରପ୍ରଦେଶ ସର୍କଲ ପାଇଁ ନିଲାମ ବେଳେ କଡା ପ୍ରତିଦ୍ୱନ୍ଦିତା ଚାଲିଥିଲା । ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ମଧ୍ୟରେ ଏହି ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଥିଲା । ନିଲାମରୁ ସରକାର ୧ ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୫ ଜି ନିଲାମରେ ଜିଓ ଏୟାରଟେଲ୍ ବ୍ୟତୀତ ଭୋଡା ଆଇଡିଆ ଏବଂ ପ୍ରଥମ କରି ଆଦାନି ଗ୍ରୁପ ସାମିଲ୍ ହୋଇଥିଲା । ଆସନ୍ତା ୨୦ ବର୍ଷ ପାଇଁ ଏହି ସେକ୍ଟ୍ରମ ନିଲାମ ହୋଇଥିବାବେଳେ ଅଗଷ୍ଟ ୧୫ ସୁଦ୍ଧା ଟେଲିକମ୍ କମ୍ପାନୀମାନଙ୍କୁ ସ୍ପେକ୍ଟ୍ରମ ଆବଂଟନ ହେବ ।