‘କଂସ’ ଭୂମିକା ପାଇଁ ୫୬ କଳାକାର। ବରଗଡ଼ ଟାଉନ୍ ହଲରେ କଡ଼ା ପ୍ରତିଯୋଗିତା

185

କନକ ବ୍ୟୁରୋ: ଏଥରର ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କିଏ ହେବ କଂସ? କାହାର ହସ ଓ ଅଭିନୟ ପ୍ରଭାବିତ କରିବ ଚୟନକର୍ତାଙ୍କୁ । କଳାଧଳା ରଙ୍ଗରେ ସଜେଇ ହେଲେ କଳାକାର । କଂସ ଭୂମିକାରେ ଅଭିନୟ କରିବା ପାଇଁ ୫୬ ଜଣ କଳାକାରଙ୍କ ମଧ୍ୟରେ ଚାଲିଲା ପ୍ରତିଯୋଗିତା । ମହାରାଜ କଂସଙ୍କ ବିକଟ୍ଟାଳ ହସରେ ଫାଟିପଡିଲା ବରଗଡ଼ ଟାଉନ ହଲ୍ । ନିଜ ନିଜ ଅଭିନୟର ଯାଦୁ ଦେଖାଇଲେ କଳାକାର । ୭ ଜଣ ବିଚାରକଙ୍କ ପ୍ରଶ୍ନର ସାମ୍ନା କରିଥିଲେ ।

୫୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କିଛି ଥିଲେ ନବୀନ ଓ କିଛି ଥିଲେ ପ୍ରବୀଣ । ନିଜର ଠାଣୀ, ଚାହାଣୀ ଓ ଅଭିନୟରେ କେହି କାହା ଠାରୁ କମ୍ ନଥିଲେ । ବିନା ସ୍କ୍ରିପ୍ଟରେ କହୁଥିଲେ ଅନର୍ଗଳ ସଂଳାପ । କାହାକୁ ଚୟନ କରିବେ, କିଏ ପଡ଼ିବେ ବାଦ, ଚୟନକର୍ତା ମଧ୍ୟ ଅଡୁଆରେ ପଡି ଯାଇଥିଲେ ।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ହେବାକୁ ଚାହିଁ ବସିଛନ୍ତି ଅନେକ କଳାକାର । ସେଥିପାଇଁ ଅନେକ ଦିନର ସାଧନା ବି କରିବାକୁ ପଡ଼ିଛି । ପୁରାଣର ଜ୍ଞାନ ଆହରଣ କରିବାକୁ ପଡିଛି । ସମ୍ପୂର୍ଣ୍ଣ ପ୍ରସ୍ତୁତି ପରେ କଂସ ବେଶରେ ସଜେଇ ହୋଇ ସାମିଲ ହୋଇଛନ୍ତି ପ୍ରତିଯୋଗିତାରେ ।