ଲଙ୍କାକାଣ୍ଡର ୧୦ ମାସ ପରେ ନିଆଳିର ପୋଦନାକୁ ଫେରିଲେ ୫୩ ପରିବାର ! ପଂଚାୟତ ନିର୍ବାଚନ ହିଂସା ପରେ ଛାଡିଥିଲେ ଗାଁ, ଶାନ୍ତି ଫେରାଇବାରେ ସଫଳ ହେଲା କନକ ନ୍ୟୁଜ୍

36

କନକ ବ୍ୟୁରୋ : ଶାନ୍ତି ଫେରାଇବାରେ ସଫଳ ହେଲା କନକ ନ୍ୟୁଜ୍ । ପଂଚାୟତ ନିର୍ବାଚନ ବେଳେ ହୋଇଥିବା ରାଜନୈତିକ ଗଣ୍ଡଗୋଳରେ ଗାଁ ଛାଡିଥିବା ପରିବାର ଗାଁକୁ ଫେରିଛନ୍ତି । ପଂଚାୟତ ନିର୍ବାଚନୀ ହିଂସା କଟକ ଜିଲ୍ଲା ନିଆଳି ବ୍ଲକ ପୋଦନା ଗାଁରେ ଲଗାଇଥିଲା ନିଆଁ । ଜଣେ ରାଜନେତା ନେତାଙ୍କୁ ହତ୍ୟା ପରେ ଗାଁ ମୁହାଁମୁହିଁ ହୋଇଥିଲେ ବିଜେଡି-କଂଗ୍ରେସ କର୍ମୀ । ଗତ ଫେବୃଆରୀ ୧୩ ତାରିଖରେ ବିଜେଡିର ଜଣେ ନେତାଙ୍କ ହତ୍ୟା ପରେ ଗାଁରେ ବିଜେଡି-କଂଗ୍ରେସ କର୍ମୀଟଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗ୍ରାମବାସୀ । କଂଗ୍ରେସ କର୍ମୀଙ୍କ ଘରେ ପଶି କିଛି ଦୁର୍ବୃତ ଅତର୍କିତ ଆକ୍ରମଣ କରିବା ପରେ ଗାଁରେ ଲାଗିଥିଲା ନିଆଁ । ବିଜେଡି କର୍ମୀ ସୁରେନ୍ଦ୍ର ନାୟକଙ୍କୁ ହତ୍ୟା ଘଟଣାରେ ପୋଲିସ ୮ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା ।

podna villageଏପଟେ କଂଗ୍ରେସ କର୍ମୀ ତଥା ମହିଳାଙ୍କୁ ଅସଦାଚରଣ, ଗାଡି ପୋଡି, ସ୍କୁଲ୍ ପୋଡି, ଭଳି ଏକାଧିକ ଏତଲା ପରେ ମଧ୍ୟ ସ୍ଥାଣୁ ପଲଟିଯାଇଥିଲା ପୁଲିସ । କିଛି ରାହା ନପାଇଁ ପୋଦନର ୫୩ଜଣ କ୍ଷତିଗ୍ରସ୍ତ ପରିବାର ଗାଁ ଛାଡି ଅନ୍ୟତ୍ର ପଲାଇଥିଲେ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଅପ୍ରେଲ ୧୮ରେ ଶାନ୍ତି ମାଗୁଛି ପୋଦନା ଖବର ପ୍ରସାରଣ ପରେ ନିଆଳିର ସମାଜସେବୀଙ୍କ ମାନେ ଏକ ଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ । ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ଗାଁରେ ଭାଇଚାରା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ନିଆଳୀ ୨୨ ମୈାଜା ଶାନ୍ତିକମିଟି ଗଠନ କରି ସମସ୍ତ ସଦସ୍ୟଙ୍କ ଉପସ୍ଥିତତିରେ ଗାଁ ଛାଡିଥିବା ଗ୍ରାମବାସୀଙ୍କୁ ଏକ ଶୋଭାଯାତ୍ରାରେ ଆଣି ପୋଦନାରେ ଛାଡାଯାଇଛି । ଲଙ୍କାକାଣ୍ଡର ୧୦ମାସ ପରେ ଗାଁକୁ ଫେରିଛନ୍ତି କ୍ଷତିଗ୍ରସ୍ତ ପରିବାର । ଗାଁକୁ ଫେରି ଅସଜଡା ଘରକୁ ସଜାଡିବାରେ ଲାଗିପଡିଛନ୍ତି ୫୩ ପରିବାର । ସେପଟେ ସୁରନ୍ଦ୍ରଙ୍କ ମୃତ୍ୟ ପାଇଁ ଆଜିବି ନ୍ୟାୟ ମାଗୁଛି ପରିବାର ।