କନକ ବ୍ୟୁରୋ : ୧୯୯୯ ରୁ ୨୦୧୦ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକରରେ ଜମା ହୋଇଥିବା ଅତିରିକ୍ତ ୩୩୯.୯୫ ନିୟୁତ ନୋଟକୁ ନେଇ କିଛି ସମସ୍ୟା ରହିଥିଲା । ଯାହାକି ସରକାରୀ ପ୍ରିଣ୍ଟିଂ ପ୍ରେସର ଉତ୍ପାଦନ ଠାରୁ ଅଧିକ ଥିଲା । କିନ୍ତୁ ଏବେ ଏହି ନୋଟକୁ ନେଇ ଏକ ସମ୍ପୂର୍ଣ୍ଣ ଭିନ୍ନ ଘଟଣା ସାମ୍ନାକୁ ଆସିଛି । ଟକସାଲୋ ତରଫରୁ ନୂଆ ଡିଜାଇନ କରାଯାଇଥିବା ୮,୮୧୦.୬୫ ମୂଲ୍ୟର ୫୦୦ ଟଙ୍କିଆ ନୋଟ ମଧ୍ୟରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମାତ୍ର ୭୨୬୦ ନିୟୁତ ନୋଟ ମିଳିଛି । ନିଖୋଜ ନୋଟର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା ।

Advertisment

‘ଫ୍ରି ପ୍ରେସ’ ଜର୍ନାଲର ଏକ ରିପୋର୍ଟ ମୁତାବକ କାହାକୁ ଜଣାନାହିଁ କି ଏତେ ପରିମାଣର ୧,୭୬୦.୬୫ ନିୟୁତ ୫୦୦ ଟଙ୍କିଆ ନୋଟ୍ କୁଆଡେ ଗଲା । ତାହା ମଧ୍ୟରୁ ୨୦୧୫ ଏପ୍ରିଲରୁ ୨୦୧୬ ମଧ୍ୟରେ ନାସିକ ମିଣ୍ଟରୁ ଛପା ଯାଇଥିବା ୨୧୦ ନିୟୁତ ନୋଟ୍ ବି ସାମିଲ ଅଛି । ନିଖୋଜ ହୋଇଥିବା ନୋଟର ମୂଲ୍ୟ ୮୮,୦୩୨.୫ କୋଟି ଟଙ୍କା । ବାରମ୍ବାର ଚେଷ୍ଟା ପରେ ବି ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରବକ୍ତା ଆରବିଆଇ ଲକରରୁ ହଜିଯାଇଥିବା ନୋଟ ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ।

ଏନେଇ ସମାଜସେବୀ ମନୋରଞ୍ଜନ ରାୟ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ମିଳିଥିବା ତଥ୍ୟ ମୁତାବକ ନାସିକ ମୁଦ୍ରା ପ୍ରେସ ଦ୍ୱାରା ୩୭୫.୪୫୦ ନିୟୁତ ନୂଆ ଡିଜାଇନର ୫୦୦ ଟଙ୍କିଆ ନୋଟ ଛପା ଯାଇଥିଲା । ହେଲେ ରିଜର୍ଭ ବ୍ୟାଙ୍କର ରେକର୍ଡରୁ କେବଳ ୩୪୫.୦୦୦ ନିୟୁତ ନୋଟ୍ ମିଳିଛି । ଯାହାକି ୨୦୧୫ ଏପ୍ରିଲ ମାସରୁ ୨୦୧୬ ଡିସେମ୍ବର ମଧ୍ୟରେ ଛପା ଯାଇଥିଲା । ଗତମାସରେ ଅନ୍ୟ ଏକ ସୂଚନା ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନାସିକ ମୁଦ୍ରା ନୋଟ ପ୍ରେସ କହିଥିଲା କି, ରଘୁରାମ ରାଜନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷରେ ଆରବିଆଇକୁ ୨୧୦ ନିୟୁତ ମୂଲ୍ୟର ୫୦୦ଟଙ୍କିଆ ନୋଟ ଯୋଗାଇ ଦିଆଯାଇଥିଲା ।

ନାସିକ କରେନ୍ସି ନୋଟ୍ ପ୍ରେସ ରିପୋର୍ଟରେ ଦର୍ଶାଇଛି ଯେ, ନୂଆ ଡିଜାଇନର ୫୦୦ଟଙ୍କିଆ ନୋଟ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଯୋଗାଇ ଦିଆଯାଇଛି । କିନ୍ତୁ ଆରବିଆଇର ବାର୍ଷିକ ରିପୋର୍ଟରେ ନୂଆ ଡିଜାଇନର ୫୦୦ ଟଙ୍କିଆ ନୋଟ ଉପରେ କୌଣସି ଉଲ୍ଲେଖ ନାହିଁ । ଏହାର ସାର୍ବଜନୀନ ଡୋମେନ ବାର୍ଷିକ ରିପୋର୍ଟରେ ଉନ୍ନତି ଭାବରେ ଜାରି କରାଯାଇଛି । ନାସିକ ମୁଦ୍ରା ନୋଟ୍ ପ୍ରେସ୍ ଦ୍ୱାରା ପ୍ରଦାନ କରାଯାଇଥିବା ଆଉ ଏକ ସୂଚନା ମୁତାବକ ୨୦୧୬-୧୭ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ୧,୬୬୨.୦୦୦ ନିୟୁତ ନୂଆ ଡିଜାଇନର ୫୦୦ ଟଙ୍କିଆ ନୋଟ ଯୋଗାଇ ଦିଆଯାଇଥିଲା ।

ବେଙ୍ଗାଲୁରୁସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡ ୨୦୧୬-୧୭ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କକୁ ୫,୧୯୫.୬୫ ନିୟୁତ ମୂଲ୍ୟର ୫୦୦ ଟଙ୍କିଆ ନୋଟ ଯୋଗାଣ କରିଥିଲା ଏହାସହ ନୋଟ୍ ପ୍ରେସ୍ ଦେବାସ ୧୯୫୩ ନିୟୁତ ମୂଲ୍ୟର ୫୦୦ ଟଙ୍କିଆ ନୋଟ ଯୋଗାଣ କରିଥିଲା । ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ତଥ୍ୟ ମୁତାବକ ଏହି ୩ଟି ମୁଦ୍ରଣ ପ୍ରେସରୁ କେବଳ ୭,୨୬୦ ନିୟୁତ ମୂଲ୍ୟର ନୂଆ ଡିଜାଇନ ହୋଇଥିବା ୫୦୦ ଟଙ୍କିଆ ନୋଟ୍ ଗ୍ରହଣ କରିଛି । ଅର୍ଥାତ ଏହି ୩ଟି ପ୍ରେସରୁ ମୋଟ ୮,୮୧୦.୬୫ ନିୟୁତ ଡିଜାଇନ ହୋଇଥିବା ୫୦୦ ଟଙ୍କିଆ ନୋଟ୍ ମଧ୍ୟରୁ କେବଳ ୭୨୬୦ ନିୟୁତ ନୋଟ ଗ୍ରହଣ କରିଛି ।

ଭାରତୀୟ ଅର୍ଥନୀତିରେ ଘଟୁଥିବା ଏହି ବିରାଟ ଅନିୟମିତତା ପ୍ରତି ରିଜର୍ଭ ବ୍ୟାଙ୍କ ଉଦାସୀନ ରହିଛି । ମୁଦ୍ରା ପ୍ରେସରେ ଛପା ଯାଇଥିବା ଉଚ୍ଚ ମୂଲ୍ୟର ଭାରତୀୟ ମୁଦ୍ରା ନୋଟ୍ ସଂଖ୍ୟା ଏବଂ ରିଜର୍ଭ ବ୍ୟାଙ୍କ ଲକରରୁ ପ୍ରାପ୍ତ ମୋଟ ମୁଦ୍ରା ନୋଟ୍ ସଂଖ୍ୟା ମଧ୍ୟରେ ଏତେ ବଡ ବ୍ୟବଧାନ ରହିଛି । ୧୭୬୦.୬୫ ନିୟୁତ ଖଣ୍ଡ ୫୦୦ ଟଙ୍କିଆ ନୋଟ ହଜିବା କୌଣସି ଛୋଟ କଥା ନୁହେଁ । ଏହା ଆମର ଭାରତୀୟ ଅର୍ଥନୀତି ଓ ଏହାର ସ୍ଥିରତାକୁ ନେଇ ନିରାପତ୍ତା ଚିନ୍ତା ବଢାଇଛି । ଏନେଇ ସୂଚନା ଅଧିକାର କର୍ମୀ କେନ୍ଦ୍ରୀୟ ଅର୍ଥନୈତିକ ଗୁଇନ୍ଦା ବ୍ୟୁରୋ ଓ ଇଡିକୁ ମଧ୍ୟ ଚିଠି ଲେଖିଛନ୍ତି । ସେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ଏହି ଅସଙ୍ଗତିକୁ ସମର୍ଥନ କରିଛନ୍ତି ।

ଅନ୍ୟପଟେ ଏନସିପି ନେତା ଅଜିତ ପାୱାର ମଧ୍ୟ ମୁଦ୍ରା ପ୍ରିଣ୍ଟିଂ ପ୍ରେସରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିକୁ ନେଇ ଅଭିଯୋଗ ଆଣିଛନ୍ତି । ୨୦୧୬ ରେ ନୋଟ୍ କାରଖାନାରେ ୮୮ ହଜାର କୋଟି ଟଙ୍କାର ଛପା ଯାଇଥିବା ନୋଟ ସରକାରୀ କୋଷାଗାରରେ ପହଂଚି ପାରିନାହିଁ ବୋଲି ଅଜିତ୍ ପାୱାର ଅଭିଯୋଗ ଆଣିଛନ୍ତି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟିକରଣ ଦେଉ ବୋଲି ସେ ଦାବି କରିଛନ୍ତି ।