୨ ଦିନିଆ ମାଳଦ୍ୱୀପ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଂକର ।  ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଦୁଇଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

94

କନକ ବ୍ୟୁରୋ : ମାଳଦ୍ୱୀପର ସର୍ବଦା ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ହୋଇ ଭାରତ ରହିବ ବୋଲି ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ଥିବା ପ୍ରତିରକ୍ଷାମନ୍ତ୍ରୀ ଏସ.ଜୟଶଂକର କହିଛନ୍ତି । ସେ ଆହୁରି କହିଛନ୍ତି କି ଭାରତ ମାଳଦ୍ୱୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ନେଇ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ଏସ୍.ଜୟଶଂକରଙ୍କ ଏହି ଗସ୍ତ ସମୟରେ ମାଳଦ୍ୱୀପ ପ୍ରତିରକ୍ଷାମନ୍ତ୍ରୀ ମାରିୟା ଦିଦିଙ୍କୁ ଭେଟିଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ଜୟଶଂକର ସୂଚନା ଦେବା ସହ ମାରିୟା ଦିଦିଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ସାକ୍ଷାତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ନେଇ ଉପଯୋଗୀ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି ।

ଏହାସହ ଏହି ଗସ୍ତ ସମୟରେ ଶ୍ରୀ ଜୟଶଂକର ୟୁଟିଏଫ୍ ହାର୍ବର ପ୍ରକଳ୍ପ ଉପରେ ହୋଇଥିବା ବୁଝାମଣାକୁ ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ମାଳଦ୍ୱୀପର ତଟରକ୍ଷକ କ୍ଷମତା ବୃଦ୍ଧି ପାଇବା ସହ ଆଞ୍ଚଳିକ ଏଚଏଡିଆର ପ୍ରକଳ୍ପକୁ ସହାୟତା ମିଳିବ । ଏହାସହ ଜୟଶଂକର କହିଛନ୍ତି କି ବିକାଶରେ ସହଯୋଗର ଅର୍ଥ ସୁରକ୍ଷାରେ ବି ସହଯୋଗ ।