୫୦ ଲକ୍ଷ ଚାଷୀଙ୍କୁ ମିଳିଲାଣି ‘କାଳିଆ’ ସହାୟତା। ବଞ୍ଚିତ ହୋଇଥିବା ପରିବାର ପାଇଁ ଯାଞ୍ଚ ଚାଲିଥିବା କହିଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଧାର୍ଯ୍ୟ ଲକ୍ଷ୍ୟଠାରୁ ସଂଗ୍ରହ ହୋଇଛି ଅଧିକ ୧୦ଲକ୍ଷ ମେଟ୍ରିକ ଟନ୍ ଧାନ

387

କନକ ବ୍ୟୁରୋ: କାଳିଆ ଯୋଜନାରେ ୫୦ ଲକ୍ଷ ଚାଷୀଙ୍କୁ ମିଳିଲାଣି ସହାୟତା । ବାଦ ପଡିଥିବା ପରିବାରକୁ କିଭଳି ସାମିଲ କରାଯାଇପାରିବ ସେନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । କାଳିଆ ଯୋଜନାରେ ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଯୋଜନାରେ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଯୋଗାଇ ଦେବାକୁ ଘୋଷଣା କରାଯାଇଛି ଏବଂ ପ୍ରତି ହିତାଧିକାରୀଙ୍କୁ ୨୫ ହଜାର ଟଙ୍କା ମିଳିବ ।

ସେହିପରି ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୦ ଲକ୍ଷ ମେଟ୍ରିକ ଟନ୍ ଅଧିକ ଧାନ ସଂଗ୍ରହ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ସେ କହିଛନ୍ତ. ଚଳିତ ବର୍ଷ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲା ସମବାୟ ବିଭାଗ । କିନ୍ତୁ ଚଳିତ ବର୍ଷ ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି ।