କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ଗାଁରେ ଅଭାବନୀୟ ଘଟଣା! ନକଲି ଡାକ୍ତରଙ୍କ ତ୍ରୃଟିପୂର୍ଣ୍ଣ ଚିକିତ୍ସା କାରଣରୁ ୫ ବର୍ଷ ଶିଶୁର ମୃତ୍ୟୁ

19

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅଧୀନ ତନ୍ତିଆପାଳରେ ଅଭାବନୀୟ ଘଟଣା । ପଶ୍ଚିମବଙ୍ଗ ଅଂଚଳର ଜଣେ ନକଲି ଡାକ୍ତରଙ୍କ ତ୍ରୃଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନିୟ ଅଂଚଳରେ ଉତେଜନା ଦେଖାଦେଇଛି । ରାଜନଗର ବ୍ଲକ କୋଇଲିପୁର ପଂଚାୟତ ବସନ୍ତପୁର ଗାଁର ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୫ ବର୍ଷର ପୁଅ ଶୁଭଜିତକୁ ଗତକାଲି ଅପରାହ୍ନ ସମୟରେ ହଠାତ ଜ୍ୱର ହୋଇଥିଲା ।

ପରିବାର ଲୋକେ ତାଙ୍କୁ ନିକଟସ୍ଥ ତନ୍ତିଆପାଳରେ ଥିବା ଡାକ୍ତର ଶଶଧର ଗିରିଙ୍କ ପାଖକୁ ନେଇଥିଲେ । ସେଠାରେ ଡାକ୍ତର ଶୁଭଜିତକୁ ଏକ ଇଂଜେକସନ ଦେବା ପରେ ଶିଶୁର ତାପମାତ୍ରା ହଠାତ ବଢିଯାଇଥିଲା । ଫଳରେ ତାଙ୍କୁ ରାଜନଗର ମେଡିକାଲକୁ ନେଇଯିବା ପାଇଁ କ୍ୱାକ ଜଣକ କହିଥଲେ । ପରବାର ଲୋକେ ତୁରନ୍ତ ଶିଶୁ ଟିକୁ ରାଜନଗର ମେଡିକାଲକୁ ନେଇଯାଇଥଲେ ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ ।