ଲିଫ୍ଟରେ ପସିଥିଲେ ୪ ଭାଇ ଭଉଣୀ । ବାହାରିଲା ବେଳେ ଲିଫ୍ଟ ମଝିରେ ଫସି ୫ ବର୍ଷର ନାବାଳକର ମୃତ୍ୟୁ

1,689

ମୃତ୍ୟୁ କେତେବେଳେ ଆସିବ ବା କେମିତି ଆସିବ ତାହାର ପୂର୍ବାନୁମାନ କରିବା ଜମା ବି ସମ୍ଭବ ନୁହେଁ । ଆମେ କେବେ କେବେ ଦେଖିବାକୁ ପାଇଥାଉ କି ସୁନିଶ୍ଚିନ୍ତ ମୃତ୍ୟୁ ମୁଖରୁ ମଣିଷ ଫେରିଆସୁଥିବା ବେଳେ ସାମାନ୍ୟ ଆଘାତରେ ବି ପ୍ରାଣ ହରାଇଥାଏ ।

ଶନିବାର ମଧ୍ୟାହ୍ନରେ ଲିଫ୍ଟ ଦୁର୍ଘଟଣାରେ ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ମହମ୍ମଦ ହୋଜେଫା ଶୈଖ୍ ନାମକ ଜଣେ ବାଳକ ଲିଫ୍ଟର ବାହାର ଓ ଭିତର ଦ୍ୱାର ମଧ୍ୟରେ ଫସି ଯାଇଥିଲା । ହେଲେ ଲିଫ୍ଟର ବଟମ୍ ଅନ୍ କରିଦେଇଥିବାରୁ ଲିଫ୍ଟ ଟି ଉପରକୁ ଚାଲିବା ଆରମ୍ଭ କରିଦେଇଥିଲା । ଏଥିରେ ନାବାଳକ ଜଣଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇପଡିଥିଲା । ଏହାପରେ ୪ର୍ଥ ମହଲା ନିକଟରେ ବାଳକଟିର ଖଣ୍ଡ ବିଖଣ୍ଡିତ ଶରୀର ଲିଫ୍ଟର ଡକ୍ ମଧ୍ୟକୁ ଖସିପଡିଥିଲା ।  ମହାରାଷ୍ଟ୍ର ଧରାବୀରେ ଘଟିଥିବା ଏହି ଘଟଣାକୁ ନେଇ ସାହୋ ଥାନାର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ପୋଲିସର ସୂଚନା ମୁତାବକ ଏଭଳି ଦୁର୍ଘଟଣା ଶନିବାର ମଧ୍ୟାହ୍ନ ୧୨.୪୫ ମିନିଟ୍ ରେ ଘଟିଥିଲା । ମହାରାଷ୍ଟ୍ରର ଧରାବୀ ନିକଟ ପାଲବାଡୀ ଅଞ୍ଚଳରେ ରହୁଥିବା ହୋଜେଫା ଓ ତାଙ୍କର ୩ ଭଉଣୀ ଚତୁର୍ଥ ମହଲାକୁ ଯିବାକୁ ଲିଫ୍ଟ ଭିତରେ ପଶିଥିଲେ । ହେଲେ ଯେତେବେଳେ ଚଥୁର୍ଥ ମହଲା ଆସିଲା ଅନ୍ୟ ୩ ଭଉଣୀ ଲିଫ୍ଟରୁ ବାହାରି ଗଲେ ଓ ହେଲେ ହୋଜେଫା ଲିଫ୍ଟରୁ ବାହାରିବା ସମୟରେ ଲିଫ୍ଟ ଦ୍ୱାର ନିକଟରେ ଚାପି ହୋଇଯାଇଥିଲେ । ଏହା ପରେ ଲିଫ୍ଟ ଉପରକୁ ଯିବାକୁ ଲାଗିଲା ଓ ହୋଜେଫ୍ର ଶରୀର ଲିଫ୍ଟର ଧାରରେ ଖଣ୍ଡ ଖଣ୍ଡ ହୋଇ କଟିବାକୁ ଲାଗିଲା।
ଏହାଦେଖି ତୁରନ୍ତ ଅଗ୍ନିସମ ବିଭାଗ ଓ ପୋଲିସକୁ ସୂଚନା ଦିଆଗଲା । ହେଲେ ସେମାନେ ପହଂଚି ହୋଜେଫ୍ କୁ ଉଦ୍ଧାର କରିବା ବେଳେକୁ ହୋଜେଫ୍ ର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ଏନେଇ ସିସିଟିଭି ଫୁଟେଜ୍ ଯାଂଚ କରିଛି ପୋଲିସ । ହେଲେ ସିସିଟିଭି ଫୁଟେଜରୁ କୌଣସି ସନ୍ଦିଗ୍ଧର ସୂଚନା ନମିଳିବାରୁ ପୋଲିସ ଏହାକୁ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ରିପୋର୍ଟ କରିଛି ।